୨୦୨୧ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ନାୟିକା ତାଲିକାରେ ଟପ୍‌ରେ କରିନା

ମୁମ୍ବାଇ: ବଲିଉଡରେ ଏମିତି କେତେଜଣ ନାୟିକା ଅଛନ୍ତି ଯେଉଁମାନେ ନିଜର କାମ ପାଇଁ ଅନେକଙ୍କର ପ୍ରିୟ ହୋଇଥାଆନ୍ତି । ନିକଟରେ ମୋଷ୍ଟ ସର୍ଚ୍ଚ ଫିମେଲ ସେଲିବ୍ରିଟିଙ୍କର ଏକ ତାଲିକା ପ୍ରକାଶ କରାଯାଇଛି । ଆଉ ଏଥିରେ ଥିବା ଅଭିନେତ୍ରୀଙ୍କ ତାଲିକାରେ ବାଜି ମାରିଛନ୍ତି କରିନା କପୁର ଖାଁ । ସେ ଅଛନ୍ତି ସବୁଠୁ ଆଗରେ ।
କରିନା କପୁର: କରିନା ଚଳିତ ବର୍ଷ ପୁଣିଥରେ ମା’ ହୋଇଥିବା ବେଳେ ଆସିଥିଲେ ଚର୍ଚ୍ଚାକୁ । ଏହାସହ ସେ ଏକ ପୁସ୍ତକ ଲେଖିଥିଲେ ପ୍ରେଗ୍ନେସି ବାଇବେଲ । ଯାହାକୁ ନେଇ ତାଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା ।
କ୍ୟାଟ୍ରିନା କୈଫ: ‘ସୂର୍ଯ୍ୟବଂଶୀ’ରେ ନିଜର ଅଭିନୟକୁ ଦେଇ ଦର୍ଶକଙ୍କ ଦିଲ୍ ଜିତିଥିବା କ୍ୟାଟ୍ରିିନା କୈଫ ମୋଷ୍ଟ ସର୍ଚ୍ଚ ନାୟିକା ତାଲିକାର ଦ୍ୱିତୀୟ ନମ୍ବରରେ ଅଛନ୍ତି । ଏହାସହ ଭିକ୍କି କୌଶଙ୍କ ସହ ତାଙ୍କ ବିବାହକୁ ନେଇ ସେ ବି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ସହ ଅନେକ ଥର ସର୍ଚ୍ଚକୁ ଆସିଛନ୍ତି ।
ପ୍ରିୟଙ୍କା ଚୋପ୍ରା: ବଲିଉଡ୍ ନୁହେଁ ଏବେ ହଲିଉଡରେ ରାଜ କରୁଥିବା ନାୟିକା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏହି ତାଲିକାର ୩ ନମ୍ବର ସ୍ଥାନରେ ରହିଛନ୍ତି । ତେବେ ନିକ ଜୋନାସଙ୍କ ସହ ତାଙ୍କର ଡିଭୋର୍ସ ଖବରକୁ ନେଇ ସେ ଏହି ତାଲିକାର ୩ ନମ୍ବର ସ୍ଥାନ ପାଇଛନ୍ତି ।
ଆଲିଆ ଭଟ୍ଟ: ଚତୁର୍ଥ ସ୍ଥାନରେ ଅଛନ୍ତି ଆଲିଆ ଭଟ୍ଟ । ବଡ ବଜେଟର ଫିଲ୍ମ ନିର୍ମାଣ ଓ ରଣବୀର କପୁରଙ୍କ ସହ ତାଙ୍କର ରିଲେସନଶିପକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଆଲିଆ । ଏହାସହ ଆର୍‌ଆର୍‌ଆର୍ ଫିଲ୍ମକୁ ନେଇ ବି ସେ ଖବରରେ ରହିଛନ୍ତି ।
ଦୀପିକା ପାଦୁକୋନ: ଚଳିତ ବର୍ଷ ପଦ୍ମାବତ୍ ଫେମ ଦୀପିକା ପାଦୁକୋନଙ୍କର କୌଣସି ଫିଲ୍ମ ରିଲିଜ୍ ହୋଇ ନ ଥିବା ବେଳେ ବର୍ଷ ଶେଷକୁ ସେ ଦେଖାଦେଇଥିଲେ ‘୮୩’ରେ । ପ୍ରଥମଥର ଲାଗି ଗୋଟିଏ ବର୍ଷ ଭିତରେ କୌଣସି ଫିଲ୍ମ ରିଲିଜ ହୋଇନାହିଁ ଦୀପିକାଙ୍କର । ତେବେ ବର୍ଷ ଶେଷକୁ ସେ ରଣବୀର ସିଂଙ୍କ ସହ ‘୮୩’ରେ ନଜର ଆସି ଆସିଛନ୍ତି ଚର୍ଚ୍ଚାକୁ ଓ ସର୍ଚ୍ଚ ତାଲିକାର ୫ ନମ୍ବର ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri