Categories: ଖେଳ

ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କର ରହିଛି ଦବ୍‌ଦବା

ନୂଆଦିଲ୍ଲୀ,୧୩।୧୧: ବିଶ୍ୱକପରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହାର ୯ଟି ଲିଗ ମ୍ୟାଚ ଜିତିଛି। ବର୍ତ୍ତମାନ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏଥି ସହିତ, ପରିସଂଖ୍ୟାନ ଦର୍ଶାଉଛି ଯେ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କର ଦବ୍‌ଦବା ରହିଛି। ଚଳିତ ବର୍ଷ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାରେ ୩ ଜଣ ଭାରତୀୟ ଅଛନ୍ତି।

ଚଳିତ ବର୍ଷ ଶୁବମାନ ଗିଲ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଶୁଭମାନ ଗିଲ ୪୬ ଇନିଂସରେ ୨୦୩୪ ରନ ସଂଗ୍ରହ କରିଛନ୍ତି। ଏଥି ସହିତ ବିରାଟ କୋହଲି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିରାଟ କୋହଲି ୩୨ ଇନିଂସରେ ୧୭୬୩ ରନ ସଂଗ୍ରହ କରିଥିବା ବେଳେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା ଚଳିତ ବର୍ଷ ୩୫ ଇନିଂସରେ ୧୭୦୧ ରନ ସଂଗ୍ରହ କରିଛନ୍ତି। ଶୁବମାନ ଗିଲଙ୍କ ବ୍ୟତୀତ ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୩ରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ଶୀର୍ଷ -୩ ତାଲିକାରେ ସ୍ଥାନ ପାଇଛନ୍ତି।

 

Share