ପାର୍ଟି କର୍ମକର୍ତ୍ତାରୁ ସର୍ବାଧିକ କ୍ଷମତାଶାଳୀ

ବେଜିଂ,୨୪ା୧୦: ୧୯୫୩ ଜୁନ୍‌ ୧୫ରେ ବେଜିଂରେ ଜନ୍ମିତ ଶି ଜିନ୍‌ପିଙ୍ଗ୍‌ ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ତଥା ୧୯୪୯ରେ କମ୍ୟୁନିଷ୍ଟ ପାର୍ଟିକୁ ଶାସନକୁ ଆଣିଥିବା ଗୃହଯୁଦ୍ଧବେଳର ଗେରିଲା କମାଣ୍ଡର ଶି ଜୋଙ୍ଗ୍‌ଶୁନ୍‌ଙ୍କ ପୁଅ।
୧୯୬୯-୧୯୭୫: ଚାଇନାରେ ସାଂସ୍କୃତିକ ବିପ୍ଳବ ସମୟରେ ତଥା ତତ୍କାଳୀନ ନେତା ମାଓ ଜେଡୋଙ୍ଗ୍‌ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସାମାଜିକ ସଂସ୍କାର ବେଳେ ଜିନ୍‌ପିଙ୍ଗ୍‌ ୧୫ ବର୍ଷର ହୋଇଥିଲେ। ସେହି ସମୟରେ ସେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ମଧ୍ୟରେ ଜୀବନ ବିତାଇଥିଲେ।
୧୯୭୫-୧୯୮୯: ଶିଙ୍ଗ୍‌ହୁଆ ୟୁନିଭର୍ସିଟିରେ କେମିକାଲ ଇଞ୍ଜିନିୟରିଂ ପଢ଼ିବା ନିମନ୍ତେ ଜିନ୍‌ପିଙ୍ଗ୍‌ ବେଜିଂକୁ ଫେରିଥିଲେ।
୧୯୭୯-୧୯୮୨: ସେଣ୍ଟ୍ରାଲ ମିଲିଟାରି କମିଶନ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ ସାମରିକ ସହଯୋଗୀ ଭାବେ ଜିନ୍‌ପିଙ୍ଗ୍‌ଙ୍କ ଯୋଗଦାନ।
୧୯୮୨-୧୯୮୫: ହେବେଇ ପ୍ରଦେଶର ଜେଙ୍ଗ୍‌ଡିଙ୍ଗ୍‌ କାଉଣ୍ଟିରେ କମ୍ୟୁନିଷ୍ଟ ପାର୍ଟି ନେତା ତଥା ଡେପୁଟି ଲିଡର ଚୟନ।
୨୦୦୦-୨୦୦୨: ଫୁଜିଆନ୍‌ ପ୍ରଦେଶର ଗଭର୍ନର। ପରେ ଜେଜିଆଙ୍ଗ୍‌ ପ୍ରଦେଶରେ ପାର୍ଟି ମୁଖ୍ୟ ଚୟନ।
୨୦୦୭ ଅକ୍ଟୋବର: ୯ ସଦସ୍ୟ ବିଶିଷ୍ଟ ପଲିଟ୍‌ବ୍ୟୁରୋ ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ହେବା ସହ ଜାତୀୟ ନେତୃତ୍ୱରେ ଯୋଗଦାନ।
୨୦୦୮ ମାର୍ଚ୍ଚ: ଚାଇନାର ଉପରାଷ୍ଟ୍ରପତି ମନୋନୀତ।
୨୦୧୨ ନଭେମ୍ବର: ଚାଇନା ରାଷ୍ଟ୍ରପତି ହୁ ଜିଣ୍ଟାଓଙ୍କ ସ୍ଥାନରେ କମ୍ୟୁନିଷ୍ଟ ପାର୍ଟିର ମହାସଚିବ(ଦଳର ସବୁଠୁ ଶକ୍ତିଶାଳୀ ପଦବୀ) ନିଯୁକ୍ତ।
୨୦୧୩ ମାର୍ଚ୍ଚ: ଚାଇନା ରାଷ୍ଟ୍ରପତି ଭାବେ ଜିନ୍‌ପିଙ୍ଗ୍‌ଙ୍କ ପ୍ରଥମ ୫ ବର୍ଷିଆ କାର୍ଯ୍ୟକାଳ ଆରମ୍ଭ।
୨୦୧୮ ମାର୍ଚ୍ଚ: ସର୍ବାଧିକ ୨ ଥର ରାଷ୍ଟ୍ରପତି ହେବା ନେଇ ସମ୍ବିଧାନରେ ଥିବା ନିୟମର ଉଚ୍ଛେଦ।

Share