ପାର୍ଟି କର୍ମକର୍ତ୍ତାରୁ ସର୍ବାଧିକ କ୍ଷମତାଶାଳୀ

ବେଜିଂ,୨୪ା୧୦: ୧୯୫୩ ଜୁନ୍‌ ୧୫ରେ ବେଜିଂରେ ଜନ୍ମିତ ଶି ଜିନ୍‌ପିଙ୍ଗ୍‌ ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ତଥା ୧୯୪୯ରେ କମ୍ୟୁନିଷ୍ଟ ପାର୍ଟିକୁ ଶାସନକୁ ଆଣିଥିବା ଗୃହଯୁଦ୍ଧବେଳର ଗେରିଲା କମାଣ୍ଡର ଶି ଜୋଙ୍ଗ୍‌ଶୁନ୍‌ଙ୍କ ପୁଅ।
୧୯୬୯-୧୯୭୫: ଚାଇନାରେ ସାଂସ୍କୃତିକ ବିପ୍ଳବ ସମୟରେ ତଥା ତତ୍କାଳୀନ ନେତା ମାଓ ଜେଡୋଙ୍ଗ୍‌ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସାମାଜିକ ସଂସ୍କାର ବେଳେ ଜିନ୍‌ପିଙ୍ଗ୍‌ ୧୫ ବର୍ଷର ହୋଇଥିଲେ। ସେହି ସମୟରେ ସେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ମଧ୍ୟରେ ଜୀବନ ବିତାଇଥିଲେ।
୧୯୭୫-୧୯୮୯: ଶିଙ୍ଗ୍‌ହୁଆ ୟୁନିଭର୍ସିଟିରେ କେମିକାଲ ଇଞ୍ଜିନିୟରିଂ ପଢ଼ିବା ନିମନ୍ତେ ଜିନ୍‌ପିଙ୍ଗ୍‌ ବେଜିଂକୁ ଫେରିଥିଲେ।
୧୯୭୯-୧୯୮୨: ସେଣ୍ଟ୍ରାଲ ମିଲିଟାରି କମିଶନ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ ସାମରିକ ସହଯୋଗୀ ଭାବେ ଜିନ୍‌ପିଙ୍ଗ୍‌ଙ୍କ ଯୋଗଦାନ।
୧୯୮୨-୧୯୮୫: ହେବେଇ ପ୍ରଦେଶର ଜେଙ୍ଗ୍‌ଡିଙ୍ଗ୍‌ କାଉଣ୍ଟିରେ କମ୍ୟୁନିଷ୍ଟ ପାର୍ଟି ନେତା ତଥା ଡେପୁଟି ଲିଡର ଚୟନ।
୨୦୦୦-୨୦୦୨: ଫୁଜିଆନ୍‌ ପ୍ରଦେଶର ଗଭର୍ନର। ପରେ ଜେଜିଆଙ୍ଗ୍‌ ପ୍ରଦେଶରେ ପାର୍ଟି ମୁଖ୍ୟ ଚୟନ।
୨୦୦୭ ଅକ୍ଟୋବର: ୯ ସଦସ୍ୟ ବିଶିଷ୍ଟ ପଲିଟ୍‌ବ୍ୟୁରୋ ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ହେବା ସହ ଜାତୀୟ ନେତୃତ୍ୱରେ ଯୋଗଦାନ।
୨୦୦୮ ମାର୍ଚ୍ଚ: ଚାଇନାର ଉପରାଷ୍ଟ୍ରପତି ମନୋନୀତ।
୨୦୧୨ ନଭେମ୍ବର: ଚାଇନା ରାଷ୍ଟ୍ରପତି ହୁ ଜିଣ୍ଟାଓଙ୍କ ସ୍ଥାନରେ କମ୍ୟୁନିଷ୍ଟ ପାର୍ଟିର ମହାସଚିବ(ଦଳର ସବୁଠୁ ଶକ୍ତିଶାଳୀ ପଦବୀ) ନିଯୁକ୍ତ।
୨୦୧୩ ମାର୍ଚ୍ଚ: ଚାଇନା ରାଷ୍ଟ୍ରପତି ଭାବେ ଜିନ୍‌ପିଙ୍ଗ୍‌ଙ୍କ ପ୍ରଥମ ୫ ବର୍ଷିଆ କାର୍ଯ୍ୟକାଳ ଆରମ୍ଭ।
୨୦୧୮ ମାର୍ଚ୍ଚ: ସର୍ବାଧିକ ୨ ଥର ରାଷ୍ଟ୍ରପତି ହେବା ନେଇ ସମ୍ବିଧାନରେ ଥିବା ନିୟମର ଉଚ୍ଛେଦ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri