ଆଲିଆ ଭଟ୍ଟଙ୍କୁ ପଛରେ ପକାଇଲେ ସାମନ୍ଥା

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ରଶ୍ମିକା ମନ୍ଦାନା ଲୋକପ୍ରିୟତା ହାସଲ କରିଥିବାବେଳେ ଫିଲ୍ମର ଆଇଟମ ନମ୍ବର ଗୀତରେ ଡ୍ୟାନ୍ସ କରି ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ। କେବଳ ଏତିକି ନୁହେଁ, ସାମନ୍ତ ଲୋକପ୍ରିୟତା ଦୃଷ୍ଟିରୁ ବଲିଉଡର ଭେଟେରାନ ଅଭିନେତ୍ରୀମାନଙ୍କୁ ପଛରେ ପକାଇଛନ୍ତି। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ ମୋଷ୍ଟ ପପୁଲାର ଫିମେଲ ଷ୍ଟାର୍‌ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଭିନେତ୍ରୀ ସାମନ୍ଥା ଶୀର୍ଷରେ ରହିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଆଲିଆ ଭଟ୍ଟ, ତୃତୀୟ ସ୍ଥାନରେ ନୟନତାରା, ଚତୁର୍ଥ କାଜଲ ଅଗ୍ରଓ୍ବାଲ ଏବଂ ଦୀପିକା ପାଦୁକୋନ ପଞ୍ଚମ ସ୍ଥାନରେ ରହିଛନ୍ତି।
ନିକଟରେ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି।

Share