Posted inଫୁରସତ

ସବୁଠୁ ବିଷାକ୍ତ ସାପ

କାନ୍‌ବେରା: ବିଶ୍ୱରେ ମୋଟ ୬୦୦ ପ୍ରକାର ବିଷଧର ପ୍ରଜାତିର ଜୀବ ଅଛନ୍ତି। ସେମାନଙ୍କ ଭିତରୁ ପ୍ରାୟ ୨୦୦ ପ୍ରଜାତି ମାରାତ୍ମକ, ଯାହାଙ୍କ ଆକ୍ରମଣ ଫଳରେ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ। ଅଷ୍ଟ୍ରେଲିଆର ଇନ୍‌ଲାଣ୍ଡରେ ଦେଖାଯାଉଥିବା ତାଇପନ୍‌ ସାପ ବିଶ୍ୱର ସବୁଠାରୁ ବିଷାକ୍ତ ସାପ ବୋଲି କୁହାଯାଉଛି। କାରଣ ଏହି ସାପର ଗୋଟିଏ ଚୋଟରେ ଏକାଥରକେ ୧୦୦ ଜଣଙ୍କ ମୃତ୍ୟୁ ହେବ। ଅର୍ଥାତ୍‌ ତାଇପନ୍‌ ସାପର ଚୋଟରେ ଯେତିକି ପରିମାଣର ବିଷ ବାହାରେ ସେଥିରେ ଶତାଧିକ ଲୋକ କିମ୍ବା ୨,୫୦,୦୦୦ ମୂଷା ମରିଯିବେ।
ସାପ ଶରୀରର ଲମ୍ବ କମ୍‌ ହୋଇଥାଏ। ଏହାର ମୁଣ୍ଡର ଆକାର ଚାରିକଣିଆ ହୋଇଥାଏ। ସକାଳ ବେଳା ଏହି ସାପ ଅଧିକ ସକ୍ରିୟ। ଏମାନେ ସାଧାରଣ ଭାବେ ମାଟି ତଳେ ରହିବାକୁ ପସନ୍ଦ କରନ୍ତି। ତାଇପନ୍‌ ସାପର ବିଷ ଏଲ୍‌ଡି୫୦ (ଲିଥାଲ ଡୋଜ୍‌, ବିଷ ମାପର ଏକକ) ବିଷାକ୍ତ। ବିଷ୍ଟେଲର ସ୍କୁଲ ଅଫ୍‌ କେମିଷ୍ଟ୍ରି ୟୁନିଭର୍ସିଟି ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା ତଥ୍ୟ ଅନୁସାରେ ବିଶ୍ୱରେ ଥିବା ସବୁଠାରୁ ବିଷାକ୍ତ ସାପମାନଙ୍କ ସୂଚୀରେ ତାଇପନ୍‌ ଶୀର୍ଷରେ ରହିଛି। ଏହି ସାପ ସାଧାରଣରେ ମିଳିବା ବହୁ କଷ୍ଟ। ଦିନ ଏବଂ ରାତି ଅପେକ୍ଷା ଏମାନେ ଭୋର ସମୟରେ ଅଧିକ ସକ୍ରିୟ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri