ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏପରିକି ମତଦାନ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ଭୋଟର ସହାୟିକା, ପୁଶିଂ ମେସେଜ୍‌ ଆଦି କରାଯାଉଛି। ବୁଥ୍‌ ଲେଭଲ ଅଫିସର(ବିଏଲ୍‌ଓ)ଙ୍କ ଦ୍ୱାରା ଭୋଟର ଚିରକୁଟ ଓ ଭୋଟର ସହାୟକ ପୁସ୍ତିକା ବଣ୍ଟନ କରାଯାଉଛି। ହେଲେ ଏପରି କାର୍ଯ୍ୟରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି। ଜଗଦା, ସିଭିଲ ଟାଉନଶିପ୍‌, ଛେଣ୍ଡ ପରି ରାଉରକେଲା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଭୋଟର ଚିରକୁଟ ବଣ୍ଟନରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଅଧିକାଂଶ ଭୋଟର ଉକ୍ତ ଚିରକୁଟ ପାଇ ନ ଥିବା ଯୋଗୁ ମତଦାନ ଦିନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ, ପ୍ରଶାସନିକ ଅଧିକାରୀମାନେ ଏହାର ସମାଧାନ କରୁଛନ୍ତି ବୋଲି ମତ ଦେଇଛନ୍ତି। ଜଗଦାର ଜଣେ ଭୋଟର ଇନ୍ଦୁ ଭୂଷଣ ନାୟକ ଅଭିଯୋଗ କରିଛନ୍ତି, ଦୀର୍ଘବର୍ଷରୁ ଆମେ ଏହି ସ୍ଥାନରେ ମତଦାନ ଦେଇଆସୁଛୁ। ପ୍ରତ୍ୟେକ ନିର୍ବାଚନରେ ଭୋଟର ଚିରକୁଟ ଘରମାନଙ୍କରେ ବଣ୍ଟନ କରାଯାଇଥାଏ। ହେଲେ ଚଳିତଥର କୌଣସି ଚିରକୁଟ ଦିଆଯାଇ ନାହିଁ। ଆଉ ମାତ୍ର ଦିନକ ପରେ ମତଦାନ। ଏପରି କ୍ଷେତ୍ରରେ ଭୋଟରମାନେ ମୌଳିକ ଅଧିକାରୁ ବଞ୍ଚିତ ହେବେ। ଚିରକୁଟ ବଣ୍ଟନ ପରିବର୍ତ୍ତେ ଫୋନ୍‌ କରି ଲୋକଙ୍କୁ କେନ୍ଦ୍ରକୁ ଡକାଯାଇ ଚିରକୁଟ ଦିଆଯାଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବା ଆବଶ୍ୟକ ରହିଛି ବୋଲି ନାୟକ କହିଥିଲେ। ସେହିପରି ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା କହିଛନ୍ତି, ପ୍ରଶାସନ ପକ୍ଷରୁ ସୁଚାରୁରୂପେ କାର୍ଯ୍ୟ ହୋଇନାହିଁ। ଏପରି ଚିରକୁଟ ବଣ୍ଟନ ହୋଇ ନ ଥିବା ଜଗଦା ଅଞ୍ଚଳରେ ଅନେକେ ଅଭିଯୋଗ ହେଉଛି। ଏହାର ତୁରନ୍ତ ସମାଧାନ଼ କରିବା ଉଚିତ ବୋଲି କେର୍କେଟା କହିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ରା ସିଡିପିଓ ଏମ୍ରାନ୍ସିଆ କୁଲୁଙ୍କୁ ପଚାରିବାରୁ, ବିଶ୍ରା ବ୍ଲକରେ ଜଗଦା ଅଞ୍ଚଳ ରହିଛି। ଏଠାରେ ୫ ଜଣ ବିଏଲ୍‌ଓ ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ଏହି ଚିରକୁଟ ବଣ୍ଟନ କରୁଛନ୍ତି। ଏଥିରେ ଭୋଟରମାନେ ସହଯୋଗ କରୁନାହାନ୍ତି। ତେବେ ଚିରକୁଟ ବଣ୍ଟନ ଜାରି ରହିଛି ବୋଲି କୁଲୁ କହିଥିଲେ। ସେହିପରି ରାଉରକେଲା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା କରୁଥିବା ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ମନୀଷା ମଧୁଲିକା ହେମ୍ବ୍ରମ କହିଛନ୍ତି ଜଗଦା, ସିଭିଲ ଟାଉନଶିପ୍‌, ଛେଣ୍ଡ ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ଚିରକୁଟ ତ୍ୱରିତ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏହି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବୁଥ୍‌ରେ ଜଣେ ଲେଖାଏଁ ବିଏଲ୍‌ଓ ରହିଛନ୍ତି। ତୁରନ୍ତ ସମସ୍ୟା ସମାଧାନ ପାଇଁ କୁହାଯାଇଛି, ଯାହାଦ୍ୱାରା ଭୋଟିଂ ବୃଦ୍ଧି ପାଇବ ବୋଲି ହେମ୍ବ୍ରମ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

୨୭ରେ ‘କଣ୍ଟା ଗାଦିଆ’ ବସା, ୧ରେ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷା: ବାଲିଯାତ୍ରା ଏବେ ଉତ୍ସବମୁଖର

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ପବିତ୍ର…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?