ଭଞ୍ଜନଗର ବ୍ଲକର ଅଧିକାଂଶ ନିର୍ଦ୍ଦେଶକ ନିର୍ଦ୍ୱନ୍ଦ୍ୱ

ଭଞ୍ଜନଗର,୯ା୬(ଡି.ଏନ.ଏ): ଭଞ୍ଜନଗର ବ୍ଲକର ସମସ୍ତ ୧୮ଟି ସୋସାଇଟିର ନିର୍ଦ୍ଦେଶକ ପଦବୀ ନିମନ୍ତେ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ ସରିଛି । ଗତ ୩୧ ତାରିଖରେ ୧୦ଟି ଓ ଗତ ମଙ୍ଗଳବାର ବଳକା ୮ଟି ସୋସାଇଟିର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ୩୧ରେ ଦାଖଲ ପ୍ରାର୍ଥିପତ୍ର ମଧ୍ୟରେ ସମସ୍ତ ନିର୍ଦ୍ଦେଶକ ପଦବୀ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ହୋଇଥିବାରୁ ଯୋଗୁ ଯାଞ୍ଚ ପରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ମଙ୍ଗଳବାର ଦାଖଲ ପ୍ରାର୍ଥିପତ୍ର ମଧ୍ୟରେ ସମସ୍ତ ସୋସାଇଟିରେ ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି । ୧୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଯେଉଁମାନଙ୍କ ନାମାଙ୍କନ କାଏମ ରହିବ ସେମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ। ତେଣୁ ଭଞ୍ଜନଗର ବ୍ଲକରେ ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଆଉ ଆବଶ୍ୟକ ପଡ଼ିବନି। ଶାସକ ଦଳର ସମର୍ଥକମାନେ ଅଧିକାଂଶ ନିର୍ଦ୍ଦେଶକ ପଦବୀରେ ନିଦ୍ୱର୍ନ୍ଦ୍ୱ ରହିଛନ୍ତି । ତେଣୁ ସୋସାଇଟି ସଭାପତି ଶାସକ ବିଜେଡି ଅକ୍ତିଆର କରିବା ସମ୍ଭାବନା ରହିଛି । ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ବୀରେନ୍ଦ୍ର କେଶରୀ ଆରୁଖ ଭଞ୍ଜନଗର ବ୍ଲକ ଜିଲୁଣ୍ଡି ସୋସାଇଟିରୁ ନିର୍ଦ୍ଦେଶକ ଭାବେ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଭଞ୍ଜନଗର ବ୍ଲକରେ ୧୩ଟି ପ୍ରାଥମିକ କୃଷି ସେବା ସମବାୟ ସମିତି, ୨ଟି ମତ୍ସ୍ୟ ସୋସାଇଟି, ବିଦ୍ୟୁତ୍‌ ବିଭାଗ କର୍ମଚାରୀ ସମବାୟ ସମିତି ୧, କୁଲାଡ଼ ତନ୍ତୁ ସେବା ସମବାୟ ସମିତି ୧, ମୁଜାଗଡ଼ ବନଜାତ ଦ୍ରବ୍ୟ ସେବା ସମବାୟ ସମିତି ଗୋଟିଏ ଅଛି। ଆସନ୍ତା ୨୩ ଓ ୩୦ତାରିଖରେ ଦୁଇଟି ପର୍ଯ୍ୟାୟରେ ସୋସାଇଟି ସଭାପତି ନିର୍ବାଚନ ହେବ। ପରେ କେନ୍ଦ୍ର ସମବାୟ ଏବଂ ଶୀର୍ଷ ସମବାୟ ସଂସ୍ଥାର ନିବର୍ର୍ାଚନ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri