Categories: ଫୁରସତ

ଏହି ଅଙ୍ଗୁର ଦାମ୍‌ ୩୫ହଜାର

ମଧ୍ୟପ୍ରଦେଶ ଜବଲପୁରରେ ଏକ ଆମ୍ବ ବଗିଚାର ଦୃଶ୍ୟ ନିକଟରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଆମ୍ବ ବଗିଚାରେ ତାଇଓ ନୋ ତୋମାଙ୍ଗେ ନାମକ ଜାପାନୀ ଆମ୍ବ ଫଳିଥିବା ବେଳେ ଏହାର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାରଣ ଏହି ମହଙ୍ଗା ଆମ୍ବର ଦାମ୍‌ ରହିଥିଲା ମାତ୍ର ଅଢ଼େଇ ଲକ୍ଷ ଟଙ୍କା।

ଇତିମଧ୍ୟରେ ଜାପାନର ଏକ ଲକ୍ସରୀ ଫ୍ରୁଟ୍ସ ଅଙ୍ଗୁର ଏବେ ଚର୍ଚ୍ଚାରେ ରହିଛି। ରୁବି ରୋମନ ନାମକ ଅଙ୍ଗୁର ନିଜର ଆକାର ଓ ସ୍ବାଦ ପାଇଁ ଏହାକୁ ଲକ୍ସରୀ ଫ୍ରୁଟ୍ସରେ ସାମିଲ କରାଯାଇଛି। ଏହି ଅଙ୍ଗୁରଗୁଡ଼ିକ ପିଙ୍ଗ୍‌ ପଙ୍ଗ୍‌ ବଲ ପରି ବଡ଼ ହେବା ସହ ପ୍ରତ୍ୟେକ ଅଙ୍ଗୁର ଆକାରର ଓ ଗଠନ ସମାନ ଭଳି। ଏହା ଅତିରିକ୍ତ ମିଠା ଫଳ। ଏହାକୁ ଜାପାନର ଇଶିକାଓ୍ବା ପ୍ରି ଫ୍ରକଚ୍ୟୁରାଲ ପ୍ରସ୍ତୁତ କରିଥିଲା। କିଛି ବର୍ଷ ପୂର୍ବେ ଜାପାନର ନିଲାମରେ ୨୪ଟି ଅଙ୍ଗୁରକୁ ୮ଲକ୍ଷ ୧୭ହଜାରରେ ଅର୍ଥାତ୍‌ ଗୋଟିଏ ଅଙ୍ଗୁରର ଦାମ୍‌ ୩୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଏହି ଅଙ୍ଗୁରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share