Posted inଫୁରସତ

ପଞ୍ଜୁରିରେ ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼

ଭୋପାଳ: ଧରାପଡ଼ିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼। ମଧ୍ୟପ୍ରଦେଶ ରାଜଗଡ଼ରୁ ଏହି ମାଙ୍କଡ଼କୁ ପ୍ରାଣୀ ଉଦ୍ଧାରକରୀ ଦଳ ଧରିବାରେ ସକ୍ଷମ ହୋଇଛି। କିଛିଦିନ ହେବ ରାଜଗଡ଼ରେ ଉତ୍ପାତ ଆରମ୍ଭ କରିଥିଲା ଏହି ଦୁଷ୍ଟ ମାଙ୍କଡ଼। ଲୋକେ ଏହି ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼ର ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଥିଲେ। ଛୋଟ ପିଲାଠାରୁ ଆରମ୍ଭ କରି ସାଧାରଣ ଲୋକ ଏବଂ କେତେଜଣ ପୋଲିସ କର୍ମଚାରୀ ମଧ୍ୟ ମାଙ୍କଡ଼ର ଆକ୍ରମଣରୁ ରକ୍ଷା ପାଇନାହାନ୍ତି। ପାଖାପାଖି ୨ ସପ୍ତାହ କାଳ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଥିଲା ଏହି ମାଙ୍କଡ଼।
ଯେତେ ବିତୁଥିଲା, ସ୍ଥାନୀୟ ଅଞ୍ଚଳରେ ଏହି ମାଙ୍କଡ଼ ସେତେ ଭୟ ଖେଳାଇବାରେ ଲାଗିଥିଲା। ସ୍ଥିତି ଏମିତି ହୋଇ ପଡ଼ିଲା ଯେ, ଗାଁ ଲୋକେ ଘରୁ ବାହାରିବାକୁ ଭୟ କଲେ। କେତେଜଣ ଘର ଛାତରେ ବନ୍ଧୁକ ଧରି ମାଙ୍କଡ଼କୁ ମାରିବା ପାଇଁ ଜଗି ବସିଲେ। ସାଧାରଣ ଭାବେ ମାଙ୍କଡ଼ଟି ଖାଦ୍ୟ ଅନ୍ବେଷଣରେ ଘରକୁ ଘର ବୁଲୁଥିବାବେଳେ ହଠାତ୍‌ ସେଠାରେ ଥିବା ଲୋକଙ୍କ ମୁହଁକୁ ମୁଥ ମାରି ସେମାନଙ୍କୁ କ୍ଷତାକ୍ତ କରିଦେଉଥିଲା। ଖାଲି ସେତିକି ନୁହେଁ, ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିବା ଅନେକଙ୍କୁ ହସ୍ପିଟାଲ ଯାଇ କ୍ଷତସ୍ଥାନରେ ଷ୍ଟିଚ୍‌ ପକାଇବାକୁ ପଡ଼ିଛି।
ଦିନ ଭିତରେ ମାଙ୍କଡ଼ଟି ମୋଟ ୨୦ ଜଣଙ୍କୁ ଆକ୍ରମଣ କରିଛି, ଯେଉଁଥିରେ ୮ ଜଣ ଛୋଟ ଛୁଆ ଅଛନ୍ତି। ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ମାଙ୍କଡ଼କୁ ଧରିବା ପାଇଁ ପ୍ରଥମେ ଚେଷ୍ଟା କରିଥିଲା। ଏଥିପାଇଁ କେତେଜଣ ପୋଲିସ ଅଧିକାରୀଙ୍କୁ ମାଙ୍କଡ଼ର ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଶେଷରେ ମାଙ୍କଡ଼କୁ ଧରିବା ଲାଗି ପୋଲିସ ୨୧ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କଲା। ସ୍ଥାନୀୟ ପ୍ରଶାସନ ମାଙ୍କଡ଼ ଧରିବାରେ ବିଫଳ ହେବା ପରେ ଉଜୈନରୁ ପ୍ରାଣୀ ଉଦ୍ଧାରକାରୀ ଦଳର ସହାୟତା ଲୋଡ଼ାଗଲା। ଡ୍ରୋନ୍‌ ଯୋଗେ ମାଙ୍କଡ଼କୁ ଟ୍ରେସ୍‌ କରାଗଲା। ମାଙ୍କଡ଼କୁ ଠାବ କରିବା ପରେ ଟ୍ରାଙ୍କୁଲାଇଜର ଦେଇ ତାକୁ ଅଚେତ କରାଗଲା। ପରେ ତାକୁ ଏକ ପିଞ୍ଜରାରେ ବନ୍ଦ କରି ବନ ବିଭାଗ ରଖିଲା। ଅମାନିଆ ମାଙ୍କଡ଼କୁ ଧରିବା ପାଇଁ ପାଖାପାଖି ୪ ଘଣ୍ଟାର ଅପରେଶନ୍‌ କରାଯାଇଥିଲା। ମାଙ୍କଡ଼କୁ କାବୁ କରିବା ପରେ ସ୍ଥାନୀୟ ଲୋଲେ ଜୟ ଶ୍ରୀ ରାମ, ଜୟ ବଜରଙ୍ଗବାଲୀ ଉଚ୍ଚାରଣ କରିବା ଆରମ୍ଭ କରିଥିଲେ। ମାଙ୍କଡଟିକୁ ଘନ ଜଙ୍ଗଲ ମଧ୍ୟରେ ଛଡ଼ାଯିବ, ଯାହାଫଳରେ ସେ ସାଧାରଣତ ଜନବସତିଠାରୁ ଦୂରରେ ରହିବ ବୋଲି ବନ ବିଭାଗ ଅଧିକାରୀ ଗୌରବ ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri