Categories: ଖେଳ

ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳି କିଏ ଜାଣନ୍ତି କି

କ୍ରିକେଟ ଦୁନିଆର ସବୁଠୁ ବଡ ଟି -୨୦ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ତାରିଖ ଯେତିକି ପାଖେଇ ଆସୁଛି, ଏହାର ଉତ୍ସାହ କ୍ରମାଗତ ଭାବେ ବଢୁଛି। ଆଇପିଏଲ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳିମାନେ ପ୍ରସ୍ତୁତ ହେଉଥିବାବେଳେ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ଚଳିତବର୍ଷ ଆଇପିଏଲ୍‌ରେ ସବୁଠୁ ମହଙ୍ଗା ଖେଲାଳି କିଏ ଜାଣନ୍ତି କି? ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରୁ ସେ ଅବସର ନେଇଛନ୍ତି। କିନ୍ତୁ ସେ ଆଇପିଏଲ ଖେଳିବା ଜାରି ରଖିବେ। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପକ୍ଷରୁ ଖେଳୁଥିବା ଧୋନୀ ଆପିଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ଧୋନୀଙ୍କୁ ସିଏସ୍‌କେ ଫ୍ରାଞ୍ଚାଇଜ ପକ୍ଷରୁ ୧୭ କୋଟି ଟଙ୍କା ପ୍ରଦାନ କରାଯାଉଛି।

Share