ଜାଣନ୍ତି ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ୍‌ ବୁଦ୍ଧ ଅତ୍ୟନ୍ତ ଶୁଭଦାୟକ

ଲାଫିଙ୍ଗ୍‌ ବୁଦ୍ଧ ପ୍ରାୟ ସମସ୍ତେ ଦେଖିଥିବେ। ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖିଲେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଏହା ସୁଖ ଏବଂ ସମୃଦ୍ଧିର ପ୍ରତୀକ। ଅନେକ ପ୍ରକାର ଲାଫିଙ୍ଗ୍‌ ବୁଦ୍ଧ ରହିଛି। କିନ୍ତୁ ଜାଣନ୍ତି କି କେଉଁ ଲାଫିଙ୍ଗ୍‌ ବୁଦ୍ଧ ଅତ୍ୟନ୍ତ ଶୁଭଦାୟକ ବୋଲି। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ କ’ଣ କହିଛନ୍ତି ବାସ୍ତୁବିତ୍‌…

– ଯଦି ଆପଣ ଆର୍ଥିକ ସମସ୍ୟାରେ ପଡ଼ନ୍ତି, ଏହାର କୌଣସି ସମାଧାନର ବାଟ ପାଉନାହାନ୍ତି ତେବେ ଲାଫିଙ୍ଗ୍‌ ବୁଦ୍ଧ ନେଇ ଘରେ ରଖନ୍ତୁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ଧିରେ ଧିରେ ଦୂର ହେବ।

– ଯଦି ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଇଚ୍ଛାକୃତ ଅଗ୍ରଗତି ପାଇପାରୁନାହାନ୍ତି ତେବେ ଘରେ କିମ୍ବା ଅଫିସରେ ହାତରେ କମଣ୍ଡଳୁ ଧରିଥିବା ଏକ ଲାଫିଙ୍ଗ୍‌ ବୁଦ୍ଧ ରଖନ୍ତୁ।

– ଘରେ ମାନସିକ ସମସ୍ୟା ଥିଲେ ଡ୍ରଇଂ ରୁମ୍‌ରେ ଏପରି ସ୍ଥାନରେ ଲାଫିଙ୍ଗ୍‌ ବୁଦ୍ଧ ରଖନ୍ତୁ ଯେଉଁଠାରେ ସମସ୍ତଙ୍କ ନଜର ପଡ଼ିପାରିବ।

– ହାତରେ ଫୁଲମାଳ ଧରିଥିବା ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖିବା ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଛାତ୍ରୀଛାତ୍ର ନିଜ ଷ୍ଟଡି ରୁମ୍‌ରେ ଏପରି ଲାଫିଙ୍ଗ୍‌ ବୁଦ୍ଧ ରଖିବା ଉଚିତ୍‌।

– ଦୁଇ ହାତ ଉପରକୁ ଉଠାଇ ହସୁଥିବା ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖିଲେ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏପରି ମୂର୍ତ୍ତି ଘରର ମୁଖ୍ୟ ଫାଟକ ନିକଟରେ ରଖିବା ଉଚିତ୍‌।

– ମନେ ରଖିବେ ଲାଫିଙ୍ଗ୍‌ ବୁଦ୍ଧଙ୍କୁ କେବେ ବି ସିଧାସଳଖ ଭୂମିରେ ରଖିବା ଉଚିତ୍‌ ନୁହେଁ। ଭୂମିଠାରୁ ଅତି କମ୍‌ରେ ୩୦ ଇଞ୍ଚ ଉଚ୍ଚରେ ରଖିବା ଉଚିତ୍‌ ବୋଲି ବାସ୍ତୁବିତ୍‌ମାନେ କହିଛନ୍ତି।