Categories: ଫୁରସତ

ଘରୋଇ ଉପାୟରେ ଦୂରାନ୍ତୁ ମଶା

ପ୍ରବଳ ଗରମ ସାଙ୍ଗକୁ ମଶାଙ୍କ ଦୌରାତ୍ମ୍ୟ ଭାରି କଷ୍ଟ ଦେଇଥାଏ। ତେବେ ମଶା କାମୁଡ଼ାରୁ ବର୍ତ୍ତିବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…

ମଶା ଘଉଡାଇବା ପାଇଁ ରସୁଣ ବେଶ୍‌ ଫଳପ୍ରଦ। ଏଥିପାଇଁ ଆପଣ କିଛି ରସୁଣକୁ ଛେଚି ପାଣିରେ ମିଶାଇ ସିଝାଇ ଦିଅନ୍ତୁ। ଏବେ ଏହି ରସୁଣ ସିଝା ପାଣିକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଘରର ସବୁଆଡେ ସ୍ପ୍ରେ କରି ଦିଅନ୍ତୁ। ଏପରି କଲେ ଘର କୋଣରେ ରହିଥିବା ସବୁ ମଶା ବାହାରି ଯିବେ।
କଫି ବ୍ୟବହାର କରି ଆପଣ ମଶା ବାହାର କରିପାରିବେ। ଅଧିକ ମଶା ଥିବା ସ୍ଥାନରେ କଫି ପକାଇ ଦିଅନ୍ତୁ। କଫିର ଗନ୍ଧରେ ମସା ହେବେ ନାହିଁ।
ପୁଦିନା ବାସ୍ନାରେ ମଧ୍ୟ ମଶା ରହିପାରନ୍ତି ନାହିଁ। ତେଣୁ ଘରର ବିଭିନ୍ନ ସ୍ଥାନରେ ଯଦି ପୁଦିନାର ତେଲ ପକାଇ ଦେବେ ତା’ହେଲେ ଘରେ ମଶା ରହିବେ ନାହିଁ।
ନିମ୍ବ ତେଲରେ ମଧ୍ୟ ମଶାକୁ ଘଉଡାଇହେବ। ନିମ୍ବ ତେଲକୁ ପାଣିରେ ମିଶାଇ କିମ୍ବା ଲୋସନରେ ମିଶାଇ ଶରୀରରେ ଲଗାଇ ଦିଅନ୍ତୁ। ମଶା ଆପଣଙ୍କ ପାଖ ମାଡ଼ିବେ ନାହିଁ।
ସୋୟାବିନ୍‌ ତେଲକୁ ମଧ୍ୟ ଦେହରେ ଲଗାଇଲେ ମଶା କାମୁଡନ୍ତି ନାହିଁ।

Share