Categories: ଜାତୀୟ

ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଏହି ସନ୍ଥ ଦାନ କରିବେ ପ୍ରଥମ ରୂପା ଇଟା

ଅଯୋଧ୍ୟା,୧୨।୮: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିରର ଶିଳାନ୍ୟାସ ପରେ ଏବେ ମସ୍‌ଜିଦ୍‌ ନିର୍ମାଣ ଉପରେ ବିଚାର କରାଯାଉଛି। ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସମୟରେ ପ୍ରଥମେ ରୁପା ଇଟାରେ ମୁଳଦୂଆ ରଖାଯାଇଥିଲା। ତେଣୁ ଏବେ କାଶୀର ସନ୍ଥମାନେ ମସ୍‌ଜିଦ୍‌ ନିର୍ମାଣ ପାଇଁ ପ୍ରଥମେ ରୁପା ଇଟା ଦାନ କରିବେ ବୋଲି ବିଚାର କରୁଛନ୍ତି। ବିରଦୋପୁର ସ୍ଥିତ କୈଳାଶ ମଠରେ କାଶୀର ମହାମଣ୍ଡଳେଶ୍ୱର ସ୍ବାମୀ ଆଶୁତୋଷାନନ୍ଦ ଗିରି ମସ୍‌ଜିଦ୍‌ ନିର୍ମାଣ ପାଇଁ ପ୍ରଥମ ରୁପା ଇଟା ଦାନ କରିବେ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଥିସହ ସେ କହିଛନ୍ତି, ଯେପରି ଅଯୋଧ୍ୟାରେ ସମସ୍ତଙ୍କ ସହାୟତାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ସେହିଭଳି ସମସ୍ତଙ୍କ ସହଯୋଗରେ ଏକ ବଡ଼ ମସ୍‌ଜିଦ୍‌ ନିର୍ମାଣ ହେବ। ଯଦି ଅଯୋଧ୍ୟାରେ ୫ଏକର ଜମିରେ ତିଆରି ହେବାକୁ ଥିବା ମସ୍‌ଜିଦ୍‌କୁ ହିନ୍ଦୁ ଓ ମୁସଲମାନମାନେ ମିଶି କରନ୍ତି। ତେବେ ଏହା କେବଳ ମସ୍‌ଜିଦ୍‌ ନିର୍ମାଣ ହେବ ନାହିଁ ବରଂ ହୃଦୟ ଏବଂ ପ୍ରେମ ନିର୍ମାଣ ହେବା ସହ ପରସ୍ପର ମଧ୍ୟରେ ପ୍ରେମ ବଢ଼ିବ ବୋଲି ସ୍ବାମୀ ଆଶୁତୋଷାନନ୍ଦ କହିଛନ୍ତି।

Share