Categories: ଜାତୀୟ

ଭାରତ ପହଞ୍ଚିଲେ ଡେନମାର୍କ ପ୍ରଧାନମନ୍ତ୍ରୀ: ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା, ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‌କାର

ନୂଆଦିଲ୍ଲୀ,୯ ।୧୦: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଶୁକ୍ରବାର ରାତିରେ ତାଙ୍କ ୩ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ରାତି ପ୍ରାୟ ସାଢେ ୨ଟାରେ ତାଙ୍କ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା । ବୈଦେଶିକ ରାଜ୍ୟ ମନ୍ତ୍ରୀ ମିନାକ୍ଷୀ ଲେଖି ତାଙ୍କୁ ସ୍ୱାଗତ କରିଥିଲେ । ଫ୍ରେଡରିକ୍ସନ ୯-୧୧ ଅକ୍ଟୋବର ପର୍ଯ୍ୟନ୍ତ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ସମୟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ । ସୂଚନାଯୋଗ୍ୟ, କରୋନା ପରେ ଦୀର୍ଘ ୨୦ ମାସ ପରେ ପ୍ରଥମଥର ଲାଗି କୌଣସି ଶାସନାଧ୍ୟକ୍ଷଙ୍କର ଏହା ପ୍ରଥମ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ତାଙ୍କ ଗସ୍ତ ସଫଳ ହେବ ବୋଲି ଆଶା ରଖିଛନ୍ତି ।

Share