ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ଲଘୁ ଖଣି ନିର୍ଦ୍ଦେଶାଳୟ ବିଭାଗ ସ୍ଥାପନ କରିବା ସହ ପ୍ରାୟ ୧ ବର୍ଷ ହେବ ଯାଜପୁର ଜିଲାରେ ଲଘୁ ଖଣି ଉପନିର୍ଦ୍ଦେଶାଳୟ (ଡିଡିଏମ୍‌) କାର୍ଯ୍ୟାଳୟ ଆରମ୍ଭ କରାଯାଇଛି। ହେଲେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାର ନିୟନ୍ତ୍ରଣ ହେବା ସ୍ଥଳେ ଆହୁରି ଅଣାୟତ୍ତ ହେଉଥିବା ଚର୍ଚ୍ଚା ହେଉଛି। ଜିଲାରେ କଳାପଥର, ବାଲି ଓ ମୋରମ ଲୁଟ୍‌ ଅଭିଯୋଗ ଥମିବାର ନାଁ ଧରୁନାହିଁ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଭିସିଆଇ କେମିକାଲ ଇଣ୍ଡଷ୍ଟ୍ରିଜ୍‌ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଇଡ୍‌କୋ ଠାରୁ ଜମି ନେଇ ରାତିସାରା ମୋରମ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି। ଏହାସହ ବ୍ୟାସନଗର ତହସିଲ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର କିଆପଦା ଓ ପାଟରଙ୍ଗା ପଞ୍ଚାୟତ ମଧ୍ୟରେ ଚାଲୁଥିବା ରେଙ୍ଗାଲି ବହୁମୁଖୀ ପ୍ରକଳ୍ପ କେନାଲ ନିକଟରୁ ବିପୁଳ ମୋରମ ଚୋରା ଚାଲାଣ ହେଉଛି । କେତେକାଂଶରେ ଧରପଗଡ଼ ହେଉଥିଲେ ହେଁ ମୋରମ ବ୍ୟବସାୟୀଙ୍କ ସହ ସୁଲାସୁତୁରା କରି ପରବର୍ତ୍ତୀ ସମୟରେ ଗାଡ଼ିଗୁଡିକୁ ଛାଡି ଦିଆଯାଉଥିବା ନଜିର ରହିଛି। ଉପରୋକ୍ତ ଦୁଇ ସ୍ଥାନରୁ ପ୍ରାୟ ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପରିମାଣର ମୋରମ ଲୁଟ୍‌ ହୋଇ ସାରିଥିଲେ ହେଁ ଲଘୁ ଖଣି ବିଭାଗ ହାତରେ ହାତ ଦେଇ ବସି ରହିଥିବା ମତପ୍ରକାଶ ପାଇଛି। ଫଳରେ ଲଘୁ ଖଣି ଉପନିର୍ଦ୍ଦେଶାଳୟର ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଓ ସ୍ବଚ୍ଛତା ନେଇ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଏହାର ନକରାତ୍ମକ ପ୍ରଭାବ ପଡିପାରେ ବୋଲି ମତପ୍ରକାଶ ପାଇଛି।
ଲଘୁ ଖଣିଜ ଦ୍ରବ୍ୟ ଯେବେଠୁ ଖଣି ବିଭାଗ ହାତକୁ ଯାଇଛି ସେବେଠୁ ତହସିଲ କର୍ମଚାରୀମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବା ଭଳି ମନେ ହେଉଛି । ବ୍ୟବସାୟୀଙ୍କୁ ସହଯୋଗ କରି ରାଜସ୍ବ ବିଭାଗ କର୍ମଚାରୀମାନେ ଦରମା ବାହାରେ ବିପୁଳ ଅର୍ଥ ଉପାର୍ଜନ କରୁଥିବା ଚର୍ଚ୍ଚା ହେଉଛି। ବିଶେଷ କରି ବ୍ୟାସନଗର ତହସିଲ ଅଞ୍ଚଳରେ ଏହି ଚେର ତଳୁ ଉପର ଯାଏଁ ଲମ୍ବିଥିବା ମତପ୍ରକାଶ ପାଇଛି । ଏହି ତହସିଲ ଅଧୀନ ପଛିକୋଟ ଆରଆଇ ସର୍କଲର ଆଖପାଖ ଅଞ୍ଚଳରେ ଜଙ୍ଗଲ ଓ ସରକାରୀ ଜମିରୁ ରୀତିମତ ମୋରମ ଚୋରି ହେଉଥିବା ଅଭିଯୋଗ ହେଉଛି । ହେଲେ ରାଜସ୍ବ ବିଭାଗ କିମ୍ବା ଖଣି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।
ସୂଚନା ଅନୁଯାୟୀ, କୋରେଇ ବ୍ଲକ ଅଧୀନ ଅନ୍ଧାରୀ ପଞ୍ଚାୟତର କିଆପଦା ଓ ପାଟରଙ୍ଗା ପଞ୍ଚାୟତ ମଧ୍ୟରେ ଚାଲୁଥିବା ରେଙ୍ଗାଲୀ ବହୁମୁଖୀ ପ୍ରକଳ୍ପର କେନାଲ ନିକଟରୁ ବେଆଇନ ଭାବେ ବିପୁଳ ମୋରମ ଚୋରା ଚାଲାଣ ହେଉଛି। ବ୍ରାହ୍ମଣୀ ନଦୀ ଉପରେ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଟିଭ ଏଜେନ୍ସି (ଜେଆଇସିକେ) ବା ଜାଇକା ଅଧୀନରେ ଚାଲୁଥିବା ବାମପାର୍ଶ୍ୱ ବହୁମୁଖୀ ରେଙ୍ଗାଲୀ ପ୍ରକଳ୍ପ ପାଇଁ କୋରାବନ୍ଦୀ ରାଇସ୍‌ ମିଲ ନିକଟରେ ମୋରମ ଖନନ କରାଯାଇ କେନାଲର ଦୁଇପାର୍ଶ୍ୱରେ ରାସ୍ତା ନିର୍ମାଣ ପାଇଁ ମହଜୁଦ ରଖାଯାଉଛି । ଏହାକୁ ସ୍ଥାନାନ୍ତରିତ କରିବାକୁ ସରକାରୀସ୍ତରରେ କୌଣସି ଲିଜ୍‌ ଦିଆଯାଇନାହିଁ । ପରିତାପର ବିଷୟ ସମ୍ପୃକ୍ତ ଠିକାସଂସ୍ଥାର କିଛି କର୍ମଚାରୀଙ୍କୁ ହାତକରି ସ୍ଥାନୀୟ କେତେଜଣ ମୋରମ ବ୍ୟବସାୟ ପ୍ରୋକୋଲିନ ସାହାଯ୍ୟରେ ରାତି ତମାମ ମହଜୁଦ ଥିବା ମୋରମକୁ ହାଇଓ୍ବା ଯୋଗେ ଜିଲା ବାହାରକୁ ଚୋରା ଚାଲାଣ କରୁଛନ୍ତି । ଏଥିପାଇଁ କେନ୍ଦୁଝର ଜିଲାର ନକଲି ଟ୍ରାନ୍‌ଜିଟ୍‌ ପାସ୍‌ ( ଟିପି ) ବ୍ୟବହାର ହେଉଛି। ଏଥିରେ ବ୍ୟାସନଗର ତହସିଲର କେତେକ କର୍ମଚାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ଗୁରୁବାର ସନ୍ଧ୍ୟାରେ ବ୍ୟାସନଗର ତହସିଲଦାର କୋରାବନ୍ଦୀ ରାଇସ୍‌ମିଲ ନିକଟରେ ଚଢ଼ାଉ କରି ୨ ମୋରମ ବୋଝେଇ ଡମ୍ଫର ଗାଡ଼ି ଜବତ କରିଥିଲେ। ପରବର୍ତ୍ତୀ ସମୟରେ ଏକ ବଡ଼ଧରଣର ମୂଲଚାଲ କରି ଜବତ ମୋରମ ବୋଝେଇ ଗାଡ଼ିଗୁଡିକୁ ଛାଡି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଦାନଗଦି ତହସିଲ ଅନ୍ତର୍ଗତ ଯଖପୁରା ମୌଜା ଅଞ୍ଚଳରୁ ଭିସିଆଇ କମ୍ପାନୀ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରି ମିଳିଥିବା ୧୫ ଏକର ସରକାରୀ ସରକାରୀ ଜମିରୁ ବିପୁଳ ପରିମାଣର ମୋରମ ଖନନ କରି ବିନା ଟିପିରେ ରାତିସାରା ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି।
ଏନେଇ ଯାଜପୁର ଲଘୁ ଖଣି ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ରାତି ସମୟରେ ପୋଲିସ ସହାୟତାରେ ଚଢ଼ାଉ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରାଯାଉଛି। କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ପରଠାରୁ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସ୍ବଚ୍ଛତାର ସହ କାର୍ଯ୍ୟ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି।…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri