ପ୍ରାତଃଭ୍ରମଣ ହେଲା କାଳ: ୨ ମହିଳାଙ୍କ ଗଲା ଜୀବନ, ୨ ଗୁରୁତର

ନୂଆଗାଁ,୧୪।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ସମ୍ପଡା ନୂଆସାହିଠାରେ ଗୁରୁବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ପ୍ରାତଃଭ୍ରମଣରେ ଯାଉଥିବା ସମୟରେ ପିକ୍‌ଅପ୍‌ ଧକ୍କା ଦେବାରୁ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ମହିଳା ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତ ଦୁଇ ମହିଳା ହେଲେ ଟିକିନା ପ୍ରଧାନ ଓ ମାନସୀ ମାର୍ଥା।
ସୂଚନାଯୋଗ୍ୟ, ପ୍ରାତଃଭ୍ରମଣରେ ଯାଉଥିବା ସମୟରେ ଦଶପଲା ପଟୁ ନୟାଗଡ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ପିକ୍‌ଅପ୍‌ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାମାନେ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଟିକିନା ଓ ମାନସୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ଅନ୍ୟ ୨ ଜଣ ଗୁରୁତର ହୋଇ ଚିିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରୁ ପିକ୍‌ଅପ୍‌ ଡ୍ରାଇଭର ଫେରାର ଥିବା ବେଳେ ମହିପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି ।