ଏପ୍ରିଲ ୨ରୁ ସକାଳୁଆ ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଏପ୍ରିଲ ୨ରୁ ସକାଳୁଆ ସ୍କୁଲ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ। ସେହିଭଳି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୯ମ ଏବଂ ୧୦ମ ଶ୍ରେଣୀ ପିଲାଙ୍କ କ୍ଲାସ ହେବ। ବୁଧବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ଘୋଷଣା କରିଛନ୍ତି।