Categories: ଖେଳ

ବିଶ୍ୱ ଚେସ୍‌ ଦିବସରେ ପ୍ରତ୍ୟୁଷ ଚାମ୍ପିୟନ

ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)-
ବିଶ୍ୱ ଚେସ୍‌ ଦିବସ ଅବସରରେ ସୋମବାର ଆୟୋଜିତ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ପ୍ରତ୍ୟୁଷ ମହାପାତ୍ର ଚାମ୍ପିୟନ ହୋଇଛନ୍ତି। ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ମଦର୍ସ ପବ୍ଲିକ୍‌ ସ୍କୁଲର ୯ମ ଷ୍ଟାଣ୍ଡାର୍ଡ ଛାତ୍ର ପ୍ରତ୍ୟୁଷ ମୋଟ ୬ ପଏଣ୍ଟ ମଧ୍ୟରୁ ୫.୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ପ୍ରଭୂଜୀ ଇଂଲିଶ୍‌ ମିଡିୟମ ସ୍କୁଲର ବିକାଶ କୁମାର ଲେଙ୍କା ୫ ପଏଣ୍ଟ ସହ ରନର୍ସଅପ୍‌ ହୋଇଛନ୍ତି। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ତେଜାସ ଲୋହାନୀ(୫) ତୃତୀୟ ସ୍ଥାନ ହାସଲ କରିଛନ୍ତି। ୧୫ ବର୍ଷରୁ କମ୍‌ ବର୍ଗରେ ଅନୂଜ ସୁବୁଦ୍ଧି, ୧୩ ବର୍ଷରୁ କମ୍‌ରେ ଆରିନ ଅନ୍ବେଷ ସ୍ବାଇଁ, ୧୧ ବର୍ଷରୁ କମ୍‌ରେ ସାଇ ଅମୃତ ପରିଜା, ତ୍ରିଦେବ ତୀର୍ଥଙ୍କର, ମହାବୀର ପାତ୍ର, ୯ ବର୍ଷରୁ କମ୍‌ ବର୍ଗରେ ସୂର୍ଯ୍ୟାଂଶୁ ମହାକୁଡ଼, ଶୁଭମ୍‌ ପ୍ରତୀକ ମିଶ୍ର, ଶିବାଶିଷ ସିଂ ଏବଂ ୭ ବର୍ଷରୁ କମ୍‌ରେ ରିଷଭ ମିଶ୍ର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ଡାକ୍ତର ମାନସ ରଞ୍ଜନ ମିଶ୍ର ଓ କୋଚ୍‌ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଟୁର୍ନାମେଣ୍ଟ ପରିଚାଳିତ ହୋଇଥିଲା। ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକ ବିଶ୍ୱ ଚେସ୍‌ ଦିବସ ଅବସରରେ ସମସ୍ତ ଖେଳାଳି, ସଙ୍ଗଠକ, ପ୍ରଶିକ୍ଷକ, ଶୁଭେଚ୍ଛୁ ଓ ଚେସ୍‌ ପ୍ରଶାସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share