ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୪ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ । ଏହି ସମୟରେ ଅନ୍ୟ ଏକ ଟ୍ରାକରେ ପାତାଳକୋଟ ଏକ୍ସପ୍ରେସ ପାର୍ଶ୍ଵବର୍ତ୍ତୀ ଟ୍ରାକରେ ଆସୁଥିବା ଅନେକ ଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଟ୍ରେନରେ ଧକ୍କା ଦେବାରୁ ପ୍ରାୟ ଚାରି ଜଣ ପ୍ରାଣ ହରାଇଛନ୍ତି । ଘଟଣାଟି ମୋରେନାର ହେତମପୁର ଷ୍ଟେସନ ନିକଟରେ ଘଟିଥିବା ଜଣାପଡିଛି ଏବଂ ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଟି ମୋରେନାର ହେତମପୁର ଷ୍ଟେସନ ନିକଟରେ ଘଟିଥିଲା। ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ରବିବାର (ଜୁନ୍ ୧୪) ଅପରାହ୍ନ ୪ଟାରେ ମୋରେନାରୁ ଧୋଲପୁର ଅଭିମୁଖେ ଯାତ୍ରା କରିଥିଲା। ହେତମପୁର ଷ୍ଟେସନରେ ଥିବା ସମୟରେ ଟ୍ରେନରେ ନିଆଁ ଲାଗିଥିବା ଗୁଜବ ବ୍ୟାପିଗଲା। ଅଗ୍ନିକାଣ୍ଡ ବିଷୟରେ ଶୁଣି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଜୀବନ ପ୍ରତି ଭୟରେ ଲୋକମାନେ ଚିନ୍ତା ନକରି ଟ୍ରେନରୁ ଡେଇଁପଡ଼ିଲେ ଏବଂ ଆସୁଥିବା ଟ୍ରେନ୍ ପିଟି ଦେଇଥିଲା ।

ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଏବଂ ରେଳ ପ୍ରଶାସନ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପର୍ଯ୍ୟନ୍ତ ତିନି ଜଣ ମହିଳା ଏବଂ ଗୋଟିଏ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Dharitri – Odisha’s No.1 Odia Daily

Share