ବ୍ୟାସ ସରୋବର ଜଙ୍ଗଲ ଜମିରୁ ମୋରମ ଲୁଟ୍‌

ଯାଜପୁର,୩୧।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳର ସମସ୍ତ ଓ୍ବାର୍ଡବାସୀ ଉପଯୁକ୍ତ ଭାବେ ପାନୀୟ ଜଳ ପାଇବାରୁ ବଞ୍ଚିତ ରହୁଛନ୍ତି। ଏପରି କି ସହରର ଅଧିକାଂଶ ୱାର୍ଡରେ ଅଧିକାଂଶ ସମୟରେ ଗୋଳିଆ, ଦୂଷିତ ପାଣି ଯୋଗାଣ ହେଉଛି। ଏଭଳିସ୍ଥିତିରେ ରାଜ୍ୟର ଗଜପତି, ରାୟଗଡ଼ା, ବାଲେଶ୍ୱର, ନବରଙ୍ଗପୁର, ବ୍ରହ୍ମପୁର ଆଦି ଜିଲାରେ ଦୂଷିତ ପାଣି ପିଇ ଲୋକେ ମୃତ୍ୟୁମୁଖରେ ପଡିବା ଭଳି ଆଶଙ୍କା ଏଠାରେ ସୃଷ୍ଟି ହୋଇଛି। ଏହାବାଦ୍‌ ବ୍ୟାସନଗର ସହର ଏବଂ ଆଖପାଖ ଗ୍ରାମବାସୀଙ୍କ ପାଇଁ ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ପାଣ୍ଠିରୁ କାର୍ଯ୍ୟକାରୀ ହେଉଥିବା ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ସହ ବ୍ୟାପକ ଅନିୟମିତତା ଏବଂ ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ଉକ୍ତ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହିକ୍ରମରେ ଦ୍ୱିତୀୟ ପ୍ରକଳ୍ପ ନିକଟରେ ଥିବା ଜଙ୍ଗଲ ଜମିରୁ ସଂପୃକ୍ତ ଠିକାଦାର ମୋରମ ଚୋରି କରିଥିବା ଅଭିଯୋଗ ହୋଇଛି। ଏପରି କି ଅଭିଯୋଗ ପାଇବା ପରେ ଯାଜପୁର ରୋଡ଼ ଜଙ୍ଗଲ ବିଭାଗ ପକ୍ଷରୁ ସେଠାରେ ନିୟୋଜିତ ଏକ ପ୍ରୋକୋଲିନ ମେଶିନ ଓ ଟ୍ରାକ୍ଟର ଜବତ କରି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାସନଗରରେ ଦ୍ୱିତୀୟ ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଏମ୍‌ବିଏଡିସିରୁ ୪୫ କୋଟି ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଥମେ ଆକଳନ କରାଯାଇଥିଲା। ଏଥିପାଇଁ ଓଏମ୍‌ବିଏଡିସିର ସିଇଓଙ୍କୁ ଉପରୋକ୍ତ ଅର୍ଥ ମଞ୍ଜୁର କରିବା ସହ ରିଲିଜ କରିବାକୁ ୨୦୧୯ରେ ଅନୁରୋଧ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି କାର୍ଯ୍ୟ ସମ୍ପାଦନ ପାଇଁ ଗୁଜୁରାଟର ଏକ ଠିକାସଂସ୍ଥା ସର୍ଜନ ଇନଫ୍ରାଟେଟ ପ୍ରାଇଭେଟ ଲିଃ ଦାୟିତ୍ୱ ଦିଆଯାଇଥିଲା। ହେଲେ ଉକ୍ତ ସଂସ୍ଥା ଅତି ମନ୍ଥର ଏବଂ ବିଭିନ୍ନ କାର୍ଯ୍ୟରେ ଅନିୟମିତତା କରିବାରୁ ବିଭାଗ ତାକୁ ହଟାଇ ଅନ୍ୟ ଠିକାସଂସ୍ଥାଗୁଡିକୁ ନିର୍ମାଣ କାର୍ଯ୍ୟ ହସ୍ତାନ୍ତର କରିଛି। ତେବେ ଖରସ୍ରୋତା ନଦୀରେ ପ୍ରଥମ ମେଗା ପ୍ରକଳ୍ପର ପମ୍ପ ହାଉସ ହୋଇଥିବା ନିକଟରେ ଏହି ପ୍ରକଳ୍ପର ପମ୍ପ ହାଉସ ଏବଂ ମୁଣ୍ଡୋମାଳ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରେ ଦ୍ୱିତୀୟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେଉଛି ା ଏହି ପ୍ରକଳ୍ପରୁ ବ୍ୟାସନଗର ସହରର ଫାୟାର ଷ୍ଟେଶନ ଛକ, କହ୍ନେଇପୁର, ଧବଳଗିରି, ରମ୍ପାସ ଆଦି ଅଞ୍ଚଳକୁ ଜଳଯୋଗାଣ କରିବାକୁ ଯୋଜନା ହୋଇଛି। ହେଲେ ଏହି ପ୍ରକଳ୍ପ ମଞ୍ଜୁର ହେବାର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏହାର ଅଗ୍ରଗତି ଅତି ନୈରାଶ୍ୟଜନକ ହୋଇଛି। ଏଥିରେ ବି ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।
ଗତ ପ୍ରାୟ ୪ ବର୍ଷ ହେବ ବ୍ୟାସନଗର ସହରର ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ଦାୟିତ୍ୱ ଜନସ୍ବାସ୍ଥ୍ୟ ବିଭାଗରୁ କାଢି ନେଇ ୱାଟର କାର୍ପୋରେଶନ ଅଫ୍‌ ଓଡ଼ିଶା(ୱାଟକୋ)କୁ ନ୍ୟସ୍ତ କରାଯାଇଛି। ଏହି ସଂସ୍ଥା ଦାୟିତ୍ୱ ନେବା ପରଠାରୁ ସହରରେ ଝିରିଝିରି(ଅଳ୍ପ ମାତ୍ରାରେ) ଜଳ ଟ୍ୟାପ୍‌ରେ ଝରୁଛି। ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ବିପୁଳ ଅର୍ଥକୁ ଠିକ ଭାବେ ବିନିଯୋଗ ହେଉ ନ ଥିବାରୁ ପୌରାଞ୍ଚଳର ୨୬ଟି ୱାର୍ଡରୁ କହ୍ନେଇପୁର, ଚାନ୍ଦମା, କାଚହୁଡିସାହି, ଡାହିସାହି, ରମ୍ପାସ, ସାତକାଣିଆଁ, ସୋବରା, ଡିଗିସାହି, ଧବଳଗିରି ଆଦି ୱାର୍ଡରେ ଜଳାଭାବ ରହିଛି` ତେଣୁ ନିର୍ମାଣାଧୀନ ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ସହରବାସୀ ସ୍ବଚ୍ଛ ପାନୀୟ ଜଳ ସମସ୍ୟାରେ ରୁନ୍ଧି ହେବେ ବୋଲି ମତପ୍ରକାଶ ପାଇଛି। ତେବେ ଏହି କାର୍ଯ୍ୟପାଇଁ ଆବଶ୍ୟକ ହେଉଥିବା ମୋରମ ପାଇଁ ଅନୁମତି ନ ନେଇ ଜଙ୍ଗଲ ଜମିରୁ ଖନନ କରାଯାଉଛି। ଏହାକୁ ଅଞ୍ଚଳବାସୀ ଦେଖି ଜଙ୍ଗଲ ବିଭାଗକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ଓ୍ବାଟକୋ ଓ ଜଙ୍ଗଲ ବିଭାଗ ମଧ୍ୟରେ ସଲାସୁତୁରା ହୋଇ ମାମଲାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଓ୍ବାଟକୋର ଯନ୍ତ୍ରୀ ପୁହାଣ ବାବୁଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ପ୍ରକଳ୍ପ ପାଇଁ ମୋରମର କୌଣସି ଆବଶ୍ୟକତା ନାହିଁ। ପ୍ରକଳ୍ପ ପରିସରରେ ପାଣି ଜମା ରହିବାରୁ ଡ୍ରେନ ନିର୍ମାଣ କରି ପାଣି ନିଷ୍କାସନ ବ୍ୟବସ୍ଥା ହେଉଥିଲା। ଏହାକୁ ମୋରମ ଚୋରିର ଆଖ୍ୟା ଦେଇ ଗାଡ଼ିଗୁଡିକୁ ଜବତ କରାଯାଇଛି। ଅନ୍ୟପକ୍ଷେ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ଶେଷ ହୋଇ ଜଳଯୋଗାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri