ବ୍ୟାସ ସରୋବର ଜଙ୍ଗଲ ଜମିରୁ ମୋରମ ଲୁଟ୍‌

ଯାଜପୁର,୩୧।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳର ସମସ୍ତ ଓ୍ବାର୍ଡବାସୀ ଉପଯୁକ୍ତ ଭାବେ ପାନୀୟ ଜଳ ପାଇବାରୁ ବଞ୍ଚିତ ରହୁଛନ୍ତି। ଏପରି କି ସହରର ଅଧିକାଂଶ ୱାର୍ଡରେ ଅଧିକାଂଶ ସମୟରେ ଗୋଳିଆ, ଦୂଷିତ ପାଣି ଯୋଗାଣ ହେଉଛି। ଏଭଳିସ୍ଥିତିରେ ରାଜ୍ୟର ଗଜପତି, ରାୟଗଡ଼ା, ବାଲେଶ୍ୱର, ନବରଙ୍ଗପୁର, ବ୍ରହ୍ମପୁର ଆଦି ଜିଲାରେ ଦୂଷିତ ପାଣି ପିଇ ଲୋକେ ମୃତ୍ୟୁମୁଖରେ ପଡିବା ଭଳି ଆଶଙ୍କା ଏଠାରେ ସୃଷ୍ଟି ହୋଇଛି। ଏହାବାଦ୍‌ ବ୍ୟାସନଗର ସହର ଏବଂ ଆଖପାଖ ଗ୍ରାମବାସୀଙ୍କ ପାଇଁ ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ପାଣ୍ଠିରୁ କାର୍ଯ୍ୟକାରୀ ହେଉଥିବା ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ସହ ବ୍ୟାପକ ଅନିୟମିତତା ଏବଂ ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ଉକ୍ତ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହିକ୍ରମରେ ଦ୍ୱିତୀୟ ପ୍ରକଳ୍ପ ନିକଟରେ ଥିବା ଜଙ୍ଗଲ ଜମିରୁ ସଂପୃକ୍ତ ଠିକାଦାର ମୋରମ ଚୋରି କରିଥିବା ଅଭିଯୋଗ ହୋଇଛି। ଏପରି କି ଅଭିଯୋଗ ପାଇବା ପରେ ଯାଜପୁର ରୋଡ଼ ଜଙ୍ଗଲ ବିଭାଗ ପକ୍ଷରୁ ସେଠାରେ ନିୟୋଜିତ ଏକ ପ୍ରୋକୋଲିନ ମେଶିନ ଓ ଟ୍ରାକ୍ଟର ଜବତ କରି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାସନଗରରେ ଦ୍ୱିତୀୟ ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଏମ୍‌ବିଏଡିସିରୁ ୪୫ କୋଟି ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଥମେ ଆକଳନ କରାଯାଇଥିଲା। ଏଥିପାଇଁ ଓଏମ୍‌ବିଏଡିସିର ସିଇଓଙ୍କୁ ଉପରୋକ୍ତ ଅର୍ଥ ମଞ୍ଜୁର କରିବା ସହ ରିଲିଜ କରିବାକୁ ୨୦୧୯ରେ ଅନୁରୋଧ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି କାର୍ଯ୍ୟ ସମ୍ପାଦନ ପାଇଁ ଗୁଜୁରାଟର ଏକ ଠିକାସଂସ୍ଥା ସର୍ଜନ ଇନଫ୍ରାଟେଟ ପ୍ରାଇଭେଟ ଲିଃ ଦାୟିତ୍ୱ ଦିଆଯାଇଥିଲା। ହେଲେ ଉକ୍ତ ସଂସ୍ଥା ଅତି ମନ୍ଥର ଏବଂ ବିଭିନ୍ନ କାର୍ଯ୍ୟରେ ଅନିୟମିତତା କରିବାରୁ ବିଭାଗ ତାକୁ ହଟାଇ ଅନ୍ୟ ଠିକାସଂସ୍ଥାଗୁଡିକୁ ନିର୍ମାଣ କାର୍ଯ୍ୟ ହସ୍ତାନ୍ତର କରିଛି। ତେବେ ଖରସ୍ରୋତା ନଦୀରେ ପ୍ରଥମ ମେଗା ପ୍ରକଳ୍ପର ପମ୍ପ ହାଉସ ହୋଇଥିବା ନିକଟରେ ଏହି ପ୍ରକଳ୍ପର ପମ୍ପ ହାଉସ ଏବଂ ମୁଣ୍ଡୋମାଳ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରେ ଦ୍ୱିତୀୟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେଉଛି ା ଏହି ପ୍ରକଳ୍ପରୁ ବ୍ୟାସନଗର ସହରର ଫାୟାର ଷ୍ଟେଶନ ଛକ, କହ୍ନେଇପୁର, ଧବଳଗିରି, ରମ୍ପାସ ଆଦି ଅଞ୍ଚଳକୁ ଜଳଯୋଗାଣ କରିବାକୁ ଯୋଜନା ହୋଇଛି। ହେଲେ ଏହି ପ୍ରକଳ୍ପ ମଞ୍ଜୁର ହେବାର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏହାର ଅଗ୍ରଗତି ଅତି ନୈରାଶ୍ୟଜନକ ହୋଇଛି। ଏଥିରେ ବି ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।
ଗତ ପ୍ରାୟ ୪ ବର୍ଷ ହେବ ବ୍ୟାସନଗର ସହରର ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ଦାୟିତ୍ୱ ଜନସ୍ବାସ୍ଥ୍ୟ ବିଭାଗରୁ କାଢି ନେଇ ୱାଟର କାର୍ପୋରେଶନ ଅଫ୍‌ ଓଡ଼ିଶା(ୱାଟକୋ)କୁ ନ୍ୟସ୍ତ କରାଯାଇଛି। ଏହି ସଂସ୍ଥା ଦାୟିତ୍ୱ ନେବା ପରଠାରୁ ସହରରେ ଝିରିଝିରି(ଅଳ୍ପ ମାତ୍ରାରେ) ଜଳ ଟ୍ୟାପ୍‌ରେ ଝରୁଛି। ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ବିପୁଳ ଅର୍ଥକୁ ଠିକ ଭାବେ ବିନିଯୋଗ ହେଉ ନ ଥିବାରୁ ପୌରାଞ୍ଚଳର ୨୬ଟି ୱାର୍ଡରୁ କହ୍ନେଇପୁର, ଚାନ୍ଦମା, କାଚହୁଡିସାହି, ଡାହିସାହି, ରମ୍ପାସ, ସାତକାଣିଆଁ, ସୋବରା, ଡିଗିସାହି, ଧବଳଗିରି ଆଦି ୱାର୍ଡରେ ଜଳାଭାବ ରହିଛି` ତେଣୁ ନିର୍ମାଣାଧୀନ ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ସହରବାସୀ ସ୍ବଚ୍ଛ ପାନୀୟ ଜଳ ସମସ୍ୟାରେ ରୁନ୍ଧି ହେବେ ବୋଲି ମତପ୍ରକାଶ ପାଇଛି। ତେବେ ଏହି କାର୍ଯ୍ୟପାଇଁ ଆବଶ୍ୟକ ହେଉଥିବା ମୋରମ ପାଇଁ ଅନୁମତି ନ ନେଇ ଜଙ୍ଗଲ ଜମିରୁ ଖନନ କରାଯାଉଛି। ଏହାକୁ ଅଞ୍ଚଳବାସୀ ଦେଖି ଜଙ୍ଗଲ ବିଭାଗକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ଓ୍ବାଟକୋ ଓ ଜଙ୍ଗଲ ବିଭାଗ ମଧ୍ୟରେ ସଲାସୁତୁରା ହୋଇ ମାମଲାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଓ୍ବାଟକୋର ଯନ୍ତ୍ରୀ ପୁହାଣ ବାବୁଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ପ୍ରକଳ୍ପ ପାଇଁ ମୋରମର କୌଣସି ଆବଶ୍ୟକତା ନାହିଁ। ପ୍ରକଳ୍ପ ପରିସରରେ ପାଣି ଜମା ରହିବାରୁ ଡ୍ରେନ ନିର୍ମାଣ କରି ପାଣି ନିଷ୍କାସନ ବ୍ୟବସ୍ଥା ହେଉଥିଲା। ଏହାକୁ ମୋରମ ଚୋରିର ଆଖ୍ୟା ଦେଇ ଗାଡ଼ିଗୁଡିକୁ ଜବତ କରାଯାଇଛି। ଅନ୍ୟପକ୍ଷେ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ଶେଷ ହୋଇ ଜଳଯୋଗାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri