Posted inଜାତୀୟ

ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଦେଇଛନ୍ତି ଭୋଟ…ଲୋକ ସଭା ନିର୍ବାଚନର ସମ୍ପୂର୍ଣ୍ଣ ଡାଟା ଶେୟାର କଲେ ଇସି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ ମାଧ୍ୟମରେ କୁହାଯାଇଛି ଯେ ୨ମାସ ମଧ୍ୟରେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ନିର୍ବାଚନ କିପରି କରାଯାଇଥିଲା। ଏହି ପରିସଂଖ୍ୟାନରେ ଦେଶର ମୋଟ ଭୋଟରଙ୍କ ଠାରୁ ଭୋଟ ପ୍ରତିଶତ ଏବଂ ମୋଟ ମତଦାନ କେନ୍ଦ୍ରରୁ ନାମାଙ୍କନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଶେୟାର କରାଯାଇଛି।
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ୨୦୨୪ ଲୋକ ସଭା ନିର୍ବାଚନରେ ମୋଟ ୯୭ କୋଟି, ୯୭ ଲକ୍ଷ ୫୧ ହଜାର ୮୪୭ ପଞ୍ଜିକୃତ ଭୋଟର ଥିଲେ। ୨୦୧୯ ରେ ୯୧କୋଟି, ୧୯ଲକ୍ଷ ୫୦ ହଜାର ୭୩୪ ଭୋଟର ଥିଲେ। ଏହାର ଅର୍ଥ ହେଉଛି ୨୦୧୯ତୁଳନାରେ ୨୦୨୪ରେ ୭.୪୩ ପ୍ରତିଶତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୪ ମସିହାରେ ୬୪.୬୪ କୋଟି ଭୋଟର ଭୋଟ ଦେଇଥିବାବେଳେ ୨୦୧୯ରେ ୬୧.୪ କୋଟି ଭୋଟ ଦିଆଯାଇଥିଲା।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଆସାମର ଧୁବ୍ରିରେ ସର୍ବାଧିକ ମତଦାନ ୯୨.୩ ପ୍ରତିଶତ ରହିଛି। ସର୍ବନିମ୍ନ ମତଦାନ ଶ୍ରୀନଗରରେ (ଜମ୍ମୁ କଶ୍ମୀର) ୩୮.୭ପ୍ରତିଶତ ଥିବାବେଳେ ୨୦୧୯ରେ ଏହି ଆସନରେ ୧୪.୪ ପ୍ରତିଶତ ମତଦାନ ହୋଇଥିଲା। ୨୦୨୪ମସିହାରେ, ନୋଟା ୬୩ ଲକ୍ଷ ୭୧ହଜାର ୮୩୯ (୦.୯୯%) ଭୋଟ ପାଇଥିଲାବେଳେ ୨୦୧୯ରେ, ନୋଟା ପାଇଁ ୧.୦୬ ପ୍ରତିଶତ ଭୋଟ ଦିଆଯାଇଥିଲା। ଏଥର ଟ୍ରାନ୍ସଜେଣ୍ଡର ଭୋଟରଙ୍କ ଭୋଟ ପ୍ରତିଶତ ୨୭.୦୯ପ୍ରତିଶତ ଥିଲା।
୨୦୨୪ ମସିହାରେ,୬୫.୭୮ ପ୍ରତିଶତ ମହିଳା ଭୋଟର (ସୁରଟ ବ୍ୟତୀତ) ଭୋଟ ଦେଇଥିବାବେଳେ ୬୫.୫୫ପ୍ରତିଶତ ପୁରୁଷ ଭୋଟର ମତ ଦେଇଛନ୍ତି।
୨୦୧୯ ପରି, ୨୦୨୪ରେ ମଧ୍ୟ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ଅପେକ୍ଷା ଅଧିକ ଥିଲା। ଦେଶର ସାଧାରଣ ନିର୍ବାଚନ ଇତିହାସରେ ଏହା ଦ୍ୱିତୀୟ ଥର ଯେତେବେଳେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ଅପେକ୍ଷା ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri