Posted inଜାତୀୟ

ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଦେଇଛନ୍ତି ଭୋଟ…ଲୋକ ସଭା ନିର୍ବାଚନର ସମ୍ପୂର୍ଣ୍ଣ ଡାଟା ଶେୟାର କଲେ ଇସି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ ମାଧ୍ୟମରେ କୁହାଯାଇଛି ଯେ ୨ମାସ ମଧ୍ୟରେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ନିର୍ବାଚନ କିପରି କରାଯାଇଥିଲା। ଏହି ପରିସଂଖ୍ୟାନରେ ଦେଶର ମୋଟ ଭୋଟରଙ୍କ ଠାରୁ ଭୋଟ ପ୍ରତିଶତ ଏବଂ ମୋଟ ମତଦାନ କେନ୍ଦ୍ରରୁ ନାମାଙ୍କନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଶେୟାର କରାଯାଇଛି।
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ୨୦୨୪ ଲୋକ ସଭା ନିର୍ବାଚନରେ ମୋଟ ୯୭ କୋଟି, ୯୭ ଲକ୍ଷ ୫୧ ହଜାର ୮୪୭ ପଞ୍ଜିକୃତ ଭୋଟର ଥିଲେ। ୨୦୧୯ ରେ ୯୧କୋଟି, ୧୯ଲକ୍ଷ ୫୦ ହଜାର ୭୩୪ ଭୋଟର ଥିଲେ। ଏହାର ଅର୍ଥ ହେଉଛି ୨୦୧୯ତୁଳନାରେ ୨୦୨୪ରେ ୭.୪୩ ପ୍ରତିଶତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୪ ମସିହାରେ ୬୪.୬୪ କୋଟି ଭୋଟର ଭୋଟ ଦେଇଥିବାବେଳେ ୨୦୧୯ରେ ୬୧.୪ କୋଟି ଭୋଟ ଦିଆଯାଇଥିଲା।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଆସାମର ଧୁବ୍ରିରେ ସର୍ବାଧିକ ମତଦାନ ୯୨.୩ ପ୍ରତିଶତ ରହିଛି। ସର୍ବନିମ୍ନ ମତଦାନ ଶ୍ରୀନଗରରେ (ଜମ୍ମୁ କଶ୍ମୀର) ୩୮.୭ପ୍ରତିଶତ ଥିବାବେଳେ ୨୦୧୯ରେ ଏହି ଆସନରେ ୧୪.୪ ପ୍ରତିଶତ ମତଦାନ ହୋଇଥିଲା। ୨୦୨୪ମସିହାରେ, ନୋଟା ୬୩ ଲକ୍ଷ ୭୧ହଜାର ୮୩୯ (୦.୯୯%) ଭୋଟ ପାଇଥିଲାବେଳେ ୨୦୧୯ରେ, ନୋଟା ପାଇଁ ୧.୦୬ ପ୍ରତିଶତ ଭୋଟ ଦିଆଯାଇଥିଲା। ଏଥର ଟ୍ରାନ୍ସଜେଣ୍ଡର ଭୋଟରଙ୍କ ଭୋଟ ପ୍ରତିଶତ ୨୭.୦୯ପ୍ରତିଶତ ଥିଲା।
୨୦୨୪ ମସିହାରେ,୬୫.୭୮ ପ୍ରତିଶତ ମହିଳା ଭୋଟର (ସୁରଟ ବ୍ୟତୀତ) ଭୋଟ ଦେଇଥିବାବେଳେ ୬୫.୫୫ପ୍ରତିଶତ ପୁରୁଷ ଭୋଟର ମତ ଦେଇଛନ୍ତି।
୨୦୧୯ ପରି, ୨୦୨୪ରେ ମଧ୍ୟ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ଅପେକ୍ଷା ଅଧିକ ଥିଲା। ଦେଶର ସାଧାରଣ ନିର୍ବାଚନ ଇତିହାସରେ ଏହା ଦ୍ୱିତୀୟ ଥର ଯେତେବେଳେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ଅପେକ୍ଷା ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?