Categories: ଜାତୀୟ

ଆସାମର ଏକ ବୁଥ୍‌ରେ ଭୋଟରଙ୍କ ଠାରୁ ଦୁଇ ଗୁଣ ମତଦାନ

ଗୁଆହାଟୀ, ୫ା୪- ଆସାମର ଡିମା ହାସାଓ ଜିଲାର ଏକ ବୁଥ୍‌ରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୯୦ ହୋଇଥିବାବେଳେ ୧୮୧ ମତଦାନ ହୋଇଛି। ଏହି ଘଟଣାରେ ୬ ପୋଲିଂ ଅଫିସିଆଲଙ୍କୁ ମିଲମ୍ବିତ କରିଛି ନିର୍ବାଚନ ଆୟୋଗ (ଇସି)। ଏହି ବୁଥ୍‌ରେ ପୁଣି ଥରେ ମତଦାନ କରିବାକୁ ଇସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯିବ ବୋଲି ସୋମବାର ସନ୍ଧ୍ୟାରେ ଜଣାପଡ଼ିଛି।

ବିଧାନ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ହାଫଲଙ୍ଗ ଆସନରେ ଏପ୍ରିଲ ୧ ତାରିଖରେ ମତଦାନ ହୋଇଥିଲା। ଏହି ଆସନରେ ଗତ ୨୦୧୬ ନିର୍ବାଚନରେ ବିଜୟୀ ହୋଇଥିଲେ ଭାଜପାର ବୀରଭଦ୍ର ହାଗଜେର।

Share