Posted inଜାତୀୟ

୪ ବର୍ଷରେ ଇଲେକ୍ଟ୍ରୋଲ ବଣ୍ଡ୍‌ରୁ ମିଳିଛି ୯ ହଜାର କୋଟିରୁ ଅଧିକ, ଚାନ୍ଦା କିଏ ଦେଇଛି-କେଉଁଠୁ ଆସିଛି କୌଣସି ତଥ୍ୟ ନାହିଁ…

ନୂଆଦିଲ୍ଲୀ, ୧୬।୨ : ଜାନୁଆରୀ ୨୦୨୨ ର ପ୍ରଥମ ୧୦ଦିନରେ, ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା ପାଇଁ ଏସବିଆଇରୁ ପ୍ରାୟ ୧,୨୧୩ କୋଟି ଟଙ୍କାର ଇଲେକ୍ଟ୍ରୋଲ ବଣ୍ଡ୍‌ ବିକ୍ରି ହୋଇଛି। ଏହି ପରି ଭାବରେ, ରାଜନୈତିକ ଦଳଗୁଡିକ ୨୦୧୮ଠାରୁ ଗତ ୪ ବର୍ଷ ମଧ୍ୟରେ ଇଲେକ୍ଟ୍ରୋଲ ବଣ୍ଡ୍‌ରୁ ୯ ହଜାର କୋଟିରୁ ଅଧିକ ଚାନ୍ଦା ଗ୍ରହଣ କରିଛନ୍ତି। ଏହାର ମୂଲ୍ୟ ୯,୨୦୭ କୋଟି ଟଙ୍କା ରହିଛି। ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କିଏ ଦେଲା, ତାହା ଅଜଣା। ଏହାର କୌଣସି ତଥ୍ୟ ନାହିଁ।

ଗୋଟିଏ ପଟେ ଜନସାଧାରଣଙ୍କୁ ସେମାନଙ୍କର ଆୟ ଏବଂ ଖର୍ଚ୍ଚର ହିସାବ ଦେବାକୁ ପଡିବ ବୋଲି ସରକାର କହୁଛନ୍ତି। ଅପରପକ୍ଷରେ, ଉତ୍ତରଦାୟିତ୍ୱରୁ ନିଜକୁ ବଞ୍ଚାଇବା ପାଇଁ ରାଜନୈତିକ ଦଳଗୁଡ଼ିକ ଏକାଥରକେ ବହୁ ନିୟମରେ ପରିବର୍ତ୍ତନ କରିଛନ୍ତି।

ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ଯେ ରାଜନୈତିକ ଚାନ୍ଦା ବର୍ତ୍ତମାନ କଳା ଟଙ୍କା ରୋଜଗାରର ଏକ ମାଧ୍ୟମ ପାଲଟିଛି। ନଗଦ ଏବଂ ବଣ୍ଡ୍‌ ମାଧ୍ୟମରେ କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବାର ଖେଳ ରାଜନୈତିକ ଦଳଙ୍କ ଦ୍ୱାରା ଜାରି ରହିଥିବା ଅଭିଯୋଗ ହେଉଛି। ଭାରତରେ ରାଜନୈତିକ ଦଳଗୁଡ଼ିକର ପାଣ୍ଠି ସଂଗ୍ରହ କରିବାର ୪ ଟି ଉପାୟ ଅଛି। ସେଗୁଡ଼ିକ ହେଉଛି ସିଧାସଳଖ ଲୋକଙ୍କ ମାଧ୍ୟମରେ, କର୍ପୋରେଟ ହାଉସ କିମ୍ବା କମ୍ପାନୀ ମାଧ୍ୟମରେ, ବିଦେଶୀ କମ୍ପାନୀ ମାଧ୍ୟମରେ ଏବଂ ଜନସାଧାରଣ କିମ୍ବା ସରକାରୀ ପାଣ୍ଠି ମାଧ୍ୟମରେ।

ସାଧାରଣ ଲୋକମାନେ ୩ଟି ଉପାୟରେ ଯେକୌଣସି ପାର୍ଟିକୁ ଦାନ କରନ୍ତି। ସେସବୁ ହେଉଛି ନଗଦ,
ପାର୍ଟିର ଆକାଉଣ୍ଟକୁ ଟଙ୍କା ପଠାଇ,ଇଲେକ୍ଟ୍ରୋଲ ବଣ୍ଡ୍‌ ମାଧ୍ୟମରେ।

ସେହିପରି କର୍ପୋରେଟ କିମ୍ବା କମ୍ପାନୀ ୨ ଟି ଉପାୟରେ ପାର୍ଟିକୁ ଚାନ୍ଦା ଦେଇଥାନ୍ତି। ତାହା ହେଉଛି ଇଲେକ୍ଟ୍ରୋଲ ଟ୍ରଷ୍ଟ ଅବା ଇଲେକ୍ଟ୍ରୋଲ ବଣ୍ଡ୍‌ ଦ୍ୱାରା।

ଇଲେକ୍ଟ୍ରୋଲ ବଣ୍ଡ୍‌ ପାଇଁ ଦେଶରେ ୨୯ ଟି ଏସବିଆଇ ଶାଖା ସ୍ଥିର କରାଯାଇଛି। ଏସବିଆଇର ଏହି ଶାଖାଗୁଡ଼ିକ ମଧ୍ୟରୁ ଅଧିକାଂଶ ରାଜ୍ୟର ରାଜଧାନୀରେ ଅଛି।

୨୦୨୦ରେ ଭାଜପା ଖାତାକୁ ସର୍ବାଧିକ ୪୮୪୭.୭୮ କୋଟି ଟଙ୍କା ଯାଇଛି। ସେହିପରି ଏହା ପଛକୁ ଚାନ୍ଦା ତାଲିକାରେ ବିଏସ୍‌ପି ରହିଛି। ବିଏସ୍‌ପି ପାଖକୁ ୬୯୮.୩୩ କୋଟି, କଂଗ୍ରେସକୁ ୫୮୮.୧୬ କୋଟି, ସିପିଆଇଏମ୍‌ ଆକାଉଣ୍ଟ୍‌କୁ ୫୬୯.୫୨ କୋଟି, ଏଆଇଟିସିକୁ ୨୪୭.୭୮ କୋଟି, ସିପିଆଇ ଖାତାକୁ ୨୯.୭୮ କୋଟି ଏବଂ ଏନ୍‌ସିପି ପାଖକୁ ୮.୨ କୋଟି ଟଙ୍କାର ଚାନ୍ଦା ଯାଇଛି।

ତେବେ ଏସବୁ ଚାନ୍ଦା କିଏ ଦେଇଛି କେଉଁଠୁ ଆସିଛି ତାହାର କିଛି ହିସାବ କିତାବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri