ଛେପ ପକାଇ ତଣ୍ଡ ଗଣିଲେଣି ୧ ଲକ୍ଷରୁ ଅଧିକ ଟଙ୍କା

ଛତ୍ରପୁର,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କୋଭିଡ -୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି। ଉଭୟ ପ୍ରଶାସନ ଓ ପୋଲିସ ପକ୍ଷରୁ ପୃଥକ ଏନ୍‌ଫୋର୍ସମେଣ୍ଟ କରି କୋଭିଡ ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ସର୍ବସାଧାରଣରେ ଛେପ ପକାଉଥିବା ଲୋଙ୍କଠାରୁ କେବଳ ପ୍ରଶାସନ ପକ୍ଷରୁ ୧ ଲକ୍ଷ ୭୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ୩୧ ଲକ୍ଷ ୪ ହଜାର ୧୦୦ ଟଙ୍କା, ବାଇକରେ ୨ ଜଣ ବସିଥିବାରୁ ୧୧ ଲକ୍ଷ ୫୨ ହଜାର ୩୫୦ ଟଙ୍କା, ସାମାଜିକ ଦୂରତା ଉଲଂଘନ ପାଇଁ ୧୩ ଲକ୍ଷ ୪୬ ହଜାର ୭୦୦ ଟଙ୍କା, ଅମାନିଆ ଦୋକାନୀମାନଙ୍କ ଠାରୁ ୬ ଲକ୍ଷ ୭୮ ହଜାର ୨୫୦ ଟଙ୍କା
ଜରିମାନା ଆଦାୟ ହୋଇଛି। ଗୁରୁବାର ସୁଦ୍ଧା କୋଭିଡ ନିୟମ ଉଲଂଘନ ନେଇ ମୋଟ ୬୪ ଲକ୍ଷ ୬୦ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା କୋଭିଡ ସେଲ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଗୁରୁବାର କୋଭିଡ ନିୟମ ଉଲଂଘନ ନେଇ ୯୫ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।