ପୁରୀ ବେଳାଭୂମିରେ ମରିପଡ଼ିଛନ୍ତି ଜେଲିଫିସ୍‌

ପୁରୀ ଅଫିସ, ୧୬ା୫: ପୁରୀ ବେଳାଭୂମିରେ ବହୁ ସଂଖ୍ୟକ ମୃତ ଜେଲିଫିସ୍‌ ପଡ଼ିରହିଥିବା ମଙ୍ଗଳବାର ଦେଖିବାକୁ ମିଳିଛି। ଏହି ସଂଖ୍ୟା ପ୍ରାୟ ସହସ୍ରାଧିକ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଥିବାବେଳେ ଜେଲିଫିସ୍‌ଗୁଡ଼ିକୁ ଦେଖିବା ଲାଗି ସେଠାରେ ଭିଡ଼ ଜମୁଛି। ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋଚା’ ପ୍ରଭାବରୁ ଜେଲିଫିସ୍‌ଗୁଡ଼ିକ ସମୁଦ୍ରରେ ମରି ଢେଉ ଦ୍ୱାରା ଭାସିଆସି ପୁରୀ ବେଳାଭୂମିରେ ଲାଗିଥିବା ଅନୁମାନ କରାଯାଉଛି। ସେହିପରି ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜେଲିଫିସ୍‌ ମଡକର କାରଣ ହୋଇଥାଇପାରେ ବୋଲି କୁହାଯାଉଛି। ତେବେ ଏପରି ଅଚାନକ ଏତେ ସଂଖ୍ୟାରେ ଜେଲିଫିସ୍‌ ମରି ବେଳାଭୂମିରେ ଭାସିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ଘଟଣା ପରିବେଶବିତ୍‌ଙ୍କ ସମେତ ପର୍ଯ୍ୟଟକଙ୍କୁ ଚିନ୍ତାରେ ପକାଇଛି। ବିଶେଷକରି ପୁରୀ ସ୍ବର୍ଗଦ୍ୱାର ବେଳାଭୂମିଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ଶହ ଶହ ସଂଖ୍ୟକ ଜେଲିଫିସ୍‌ ମରି ବେଳାଭୂମିରେ ପଡ଼ିଥିବା ଦେଖିବାକୁ ମିଳିଛି। ଜେଲିଫିସ୍‌ମାନେ ଗଭୀର ଜଳ ରାଶିରେ ରହନ୍ତି। ଜୁଆର ସମୟରେ ବେଳାଭୂମି ନିକଟକୁ ଚାଲିଆସନ୍ତି। ତେବେ ଏତେ ସଂଖ୍ୟାରେ ଜେଲିଫିସ୍‌ ମରିବା ପଛରେ ବାତ୍ୟା ପ୍ରଭାବକୁ ଏଡାଇ ଦିଆଯାଇ ନ ପାରେ। କିଛି ଦିନ ହେବ ବେଳାଭୂମିରେ ଜେଲିଫିସ୍‌ ମରି ପଡୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ମୃତ ଜେଲିଫିସଗୁଡ଼ିକ ବେଳାଭୂମିରେ ଲାଗିଥିବାରୁ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ବୁଲିବାରେ ସମସ୍ୟା ଉପୁଜୁଛି। ସେହିପରି ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନ କରିବା ବେଳେ ସେମାନଙ୍କ ଦେହରେ ମୃତ ଜେଲିିଫିସ୍‌ ଲାଗିଯାଉଛି। ଫଳରେ ସେମାନଙ୍କ ଦେହ କୁଣ୍ଡାଇ ହେବା ସହ ଫଳି ଯାଉଛି। ଏଥିଯୋଗୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷରେ କେଉଁ କାରଣରୁ ଜେଲିଫିସ୍‌ଗୁଡ଼ିକ ସମୁଦ୍ର ଭିତରୁ ଆସି ଉପରେ ଭାସୁଛନ୍ତି ଓ ମରିପଡ଼ିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ପରିବେଶବିତ୍‌ ଓ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri