ପୁରୀ ବେଳାଭୂମିରେ ମରିପଡ଼ିଛନ୍ତି ଜେଲିଫିସ୍‌

ପୁରୀ ଅଫିସ, ୧୬ା୫: ପୁରୀ ବେଳାଭୂମିରେ ବହୁ ସଂଖ୍ୟକ ମୃତ ଜେଲିଫିସ୍‌ ପଡ଼ିରହିଥିବା ମଙ୍ଗଳବାର ଦେଖିବାକୁ ମିଳିଛି। ଏହି ସଂଖ୍ୟା ପ୍ରାୟ ସହସ୍ରାଧିକ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଥିବାବେଳେ ଜେଲିଫିସ୍‌ଗୁଡ଼ିକୁ ଦେଖିବା ଲାଗି ସେଠାରେ ଭିଡ଼ ଜମୁଛି। ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋଚା’ ପ୍ରଭାବରୁ ଜେଲିଫିସ୍‌ଗୁଡ଼ିକ ସମୁଦ୍ରରେ ମରି ଢେଉ ଦ୍ୱାରା ଭାସିଆସି ପୁରୀ ବେଳାଭୂମିରେ ଲାଗିଥିବା ଅନୁମାନ କରାଯାଉଛି। ସେହିପରି ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜେଲିଫିସ୍‌ ମଡକର କାରଣ ହୋଇଥାଇପାରେ ବୋଲି କୁହାଯାଉଛି। ତେବେ ଏପରି ଅଚାନକ ଏତେ ସଂଖ୍ୟାରେ ଜେଲିଫିସ୍‌ ମରି ବେଳାଭୂମିରେ ଭାସିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ଘଟଣା ପରିବେଶବିତ୍‌ଙ୍କ ସମେତ ପର୍ଯ୍ୟଟକଙ୍କୁ ଚିନ୍ତାରେ ପକାଇଛି। ବିଶେଷକରି ପୁରୀ ସ୍ବର୍ଗଦ୍ୱାର ବେଳାଭୂମିଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ଶହ ଶହ ସଂଖ୍ୟକ ଜେଲିଫିସ୍‌ ମରି ବେଳାଭୂମିରେ ପଡ଼ିଥିବା ଦେଖିବାକୁ ମିଳିଛି। ଜେଲିଫିସ୍‌ମାନେ ଗଭୀର ଜଳ ରାଶିରେ ରହନ୍ତି। ଜୁଆର ସମୟରେ ବେଳାଭୂମି ନିକଟକୁ ଚାଲିଆସନ୍ତି। ତେବେ ଏତେ ସଂଖ୍ୟାରେ ଜେଲିଫିସ୍‌ ମରିବା ପଛରେ ବାତ୍ୟା ପ୍ରଭାବକୁ ଏଡାଇ ଦିଆଯାଇ ନ ପାରେ। କିଛି ଦିନ ହେବ ବେଳାଭୂମିରେ ଜେଲିଫିସ୍‌ ମରି ପଡୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ମୃତ ଜେଲିଫିସଗୁଡ଼ିକ ବେଳାଭୂମିରେ ଲାଗିଥିବାରୁ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ବୁଲିବାରେ ସମସ୍ୟା ଉପୁଜୁଛି। ସେହିପରି ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନ କରିବା ବେଳେ ସେମାନଙ୍କ ଦେହରେ ମୃତ ଜେଲିିଫିସ୍‌ ଲାଗିଯାଉଛି। ଫଳରେ ସେମାନଙ୍କ ଦେହ କୁଣ୍ଡାଇ ହେବା ସହ ଫଳି ଯାଉଛି। ଏଥିଯୋଗୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷରେ କେଉଁ କାରଣରୁ ଜେଲିଫିସ୍‌ଗୁଡ଼ିକ ସମୁଦ୍ର ଭିତରୁ ଆସି ଉପରେ ଭାସୁଛନ୍ତି ଓ ମରିପଡ଼ିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ପରିବେଶବିତ୍‌ ଓ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri