Categories: ଜାତୀୟ

ଅଧାରୁ ଅଧିକ ଚାଷୀଙ୍କୁ ଜଣା ନାହିଁ କୃଷି ଆଇନ: ତେବେ ବି ଚାଲିଛିି ବିରୋଧ-ସମର୍ଥନ

ନୂଆଦିଲ୍ଲୀ, ୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଚାଷୀ ଆନ୍ଦୋଳନ ଜାରି ରହିଛି। ତେବେ ଏକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅଧାରୁ ଅଧିକ ଚାଷୀଙ୍କୁ କୃଷି ଆଇନ୍‌ ସମ୍ପର୍କରେ କିଛି ବି ଜଣା ନାହିଁ। ମାତ୍ର ସେମାନେ ଏହାର ବିରୋଧ ଅବା ସମର୍ଥନ କରୁଛନ୍ତି। ଦେଶର ପ୍ରାୟ ୫୨ ପ୍ରତିଶତ ଚାଷୀ ଏହାର ବିରୋଧ କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୬ ପ୍ରତିଶତ ଚାଷୀ ଏହି ଆଇନ ବିଷୟରେ ଜାଣି ନାହାନ୍ତି। ସେହିପରି ଏହାକୁ ସମର୍ଥନ କରୁଥିବା ୩୫ ପ୍ରତିଶତ ଚାଷୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଆଇନ କ’ଣ ସେ ନେଇ ସମ୍ପୂର୍ଣ୍ଣ ଅଜଣା। ଗାଓ୍ବଁ କନେକଶନ୍‌ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଅକ୍ଟୋବର ୩ରୁ ୯ ମଧ୍ୟରେ ଦେଶର ୧୬ଟି ରାଜ୍ୟର ୫୩ଟି ଜିଲାରେ ଏହି ସର୍ଭେ ହୋଇଥିଲା। ସର୍ଭେରେ ୫ ହଜାର ୨୨ ଜଣ ଚାଷୀଙ୍କୁ କୃଷି ଆଇନ ବିଷୟରେ ପ୍ରଶ୍ନ କରାଯାଇଥିଲା। lସେaମାନେଙ୍କ ଉତ୍ତର ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ୫୭ ପ୍ରତିଶତ ଚାଷୀ ଏବେ କମ୍‌ ଦାମରେ ଅମଳ ଫସଲ ବିକ୍ରି କରିବାକୁ ପଡ଼ିବ ବୋଲି ଭୟଭୀତ ହୋଇଥିବା ସୂଚନା ଦେଇଥିଲେ। ଅପରପକ୍ଷରେ ୩୩ ପ୍ରତିଶତ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବନ୍ଦ କରିଦେବାର ଆଶଙ୍କା ସମ୍ପର୍କରେ ପ୍ରକାଶ କରିଥିଲେ। ୫୯ ପ୍ରତିଶତ ଚାଷୀ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ବାଧ୍ୟତାମୂଳକ କରାଯିବ ସମ୍ପର୍କରେ କହିଥିଲେ। ୪୪ ପ୍ରତିଶତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ସୁବିଧା ଲାଗି ଉଦ୍ୟମ କରୁଥିବା ସୂଚନା ଦେଇଥିଲେ। ସେହିପରି ମୋଦି ସରକାର ଚାଷୀଙ୍କ ବିରୋଧରେ କାର୍ଯ୍ୟ କରୁଥିବା ୨୮ ପ୍ରତିଶତ କହିଥିଲେ।

Share