ଚାଷରେ ଲାଗୁନି ଅଧାରୁ ଅଧିକ ଚେକ୍‌ଡ୍ୟାମ

ଯାଜପୁର ଅଫିସ,୪ା୭: ରାଜ୍ୟରେ ଶିଳ୍ପାୟନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଅଧିକ ରୋଜଗାର କରିବା ଆଶାରେ ଶିଳ୍ପ ପ୍ରତି ଆଗ୍ରହ ଦେଖାଇ ରାଜ୍ୟର ବହୁ ଛାତ୍ରୀଛାତ୍ର ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ ହେଉଛନ୍ତି। ହେଲେ ଶିଳ୍ପ କାରଖାନାରେ ୪୦% ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇ ସରକାର ନିଜ ରାଜ୍ୟରେ ବୈଷୟିକ ଡିଗ୍ରୀଧାରୀ ବେକାର ସଂଖ୍ୟା ବୃଦ୍ଧି କରି ଚାଲିଛନ୍ତି। ଏହାର ସୁଯୋଗରେ ନିର୍ଦ୍ଧାରିତ କୋଟାଠାରୁ ଶିଳ୍ପ ମାଲିକମାନେ ବହୁଗୁଣରେ ଅଧିକ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇ ଚାଲିଛନ୍ତି। ଏନେଇ ବହୁବାର ଅଭିଯୋଗ ହେଉଥିଲେ ହେଁ କୌଣସି ତଦନ୍ତ କରାଯାଉ ନାହିଁ। ଏଭଳିସ୍ଥିତିରେ ଶିକ୍ଷିତ ବେକାର ଯୁବକମାନେ ପୁଣି କୃଷି ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଜଳସେଚନର ଅଭାବ ବେକାର ଯୁବକଙ୍କ ଆତ୍ମନିର୍ଭରଶୀଳତା ପାଇଁ ପ୍ରତିବନ୍ଧକ ହୋଇଛି। ଯେଉଁଠି ଜଳର ଅଭାବ, ସେଇଠି ଚାଷର ସୁବିଧା ନିମନ୍ତେ ଚେକଡ୍ୟାମ ନିର୍ମାଣ ହେଉଥିଲେ ହେଁ ଚାଷ ପାଇଁ ଆବଶ୍ୟକ ପରିମାଣରେ ସହାୟକ ହେଉ ନ ଥିବାରୁ ଏହି ପ୍ରକଳ୍ପ କେବଳ ବିଭାଗୀୟ କାର୍ଯ୍ୟାଳୟ ମଧ୍ୟରେ ସୀମିତ ରହିଛି ବୋଲି ମତପ୍ରକାଶ ପାଇଛି।
ସରକାର ଶତ ପ୍ରତିଶତ ଜମିରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ଅଧିକରୁ ଅଧିକ ସେଚ ସାମର୍ଥ୍ୟ ବୃଦ୍ଧି କରିବା, କେନାଲର ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ତଥା ଦକ୍ଷତା ବୃଦ୍ଧି କରାଯାଉଥିବା କୁହାଯାଉଛି। ପ୍ରତିବର୍ଷ ଅଧିକରୁ ଅଧିକ କ୍ଷେତ୍ର ସେଚନାଳୀ ନିର୍ମାଣ, ଓଡ଼ିଶା ଗୋଷ୍ଠୀ ଜଳାଶୟ ମରାମତି, ପରିଚାଳନା ପୁନରୁଦ୍ଧାର ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏଥିରୁ ଅଧିକାଂଶ ପ୍ରକଳ୍ପ କେବଳ ଠିକାଦାରି ରାଜନୀତିରେ ସୀମିତ ରହୁଥିବାରୁ ଚାଷୀ ଉପଯୁକ୍ତ ଭାବେ ସୁଫଳ ପାଉ ନ ଥିବା ଅଭିଯୋଗ ହେଉଛି। ୨୦୧୦-୧୧ରେ ରାଜ୍ୟର ଝରଣା ଏବଂ ଛୋଟ ନଦୀନାଳରେ ୧୦ରୁ ୫୦ମିଟର ଓସାରିଆ ବିଶିଷ୍ଟ ଚେକ ଡ୍ୟାମ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଥିରେ ନିକଟସ୍ଥ ଗ୍ରାମରେ ଭୂତଳ ଜଳସ୍ତର ବୃଦ୍ଧି କରିବା, ପାନୀୟ ଜଳ, ଖରିଫ ଚାଷରେ ଜଳସେଚନ ଇତ୍ୟାଦି ଲକ୍ଷ୍ୟ ରହିଥିଲା। ସରକାର ମଧ୍ୟ ବିଶ୍ୱାସ କରିଛନ୍ତି ଯେ, ଏହି ଚେକଡ୍ୟାମ ରବି ଚାଷ ଏବଂ ପନିପରିବା ଚାଷରେ ଜଳସେଚନ ପାଇଁ ଏକ ସମ୍ଭାବ୍ୟ ଉତ୍ସ ହୋଇପାରିଛି। ଏପରିକି କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ଅର୍ଥନୈତିକ ବିକାଶରେ ଏହା ସହାୟକ ହୋଇ ପାରିଛି ବୋଲି ସରକାର କହୁଛନ୍ତି। ଏହିକ୍ରମରେ ରାଜ୍ୟରେ ଏପର୍ଯ୍ୟନ୍ତ ୩୬୨୦.୪୫ କୋଟି ଟଙ୍କା ବିନିଯୋଗରେ ୧୪,୪୧୨ ଚେକଡ୍ୟାମ ନିର୍ମାଣ ହୋଇଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା (ଏମଏଟିୱାଇ)ରେ ୮୧୧.୪୫ କୋଟି ଟଙ୍କା ବିନିଯୋଗ କରି ୧୨୮୦ଟି ଚେକଡ୍ୟାମ ନିର୍ମାଣ କରିବାକୁ ସଙ୍କଳ୍ପ ନେଇଛନ୍ତି। ଏହା ୩୫%ରୁ କମ୍‌ ଜଳସେଚନ ହେଉଥିବା ବ୍ଲକ ଅଞ୍ଚଳରେ ଚଳିତ ଆର୍ଥିକ ବର୍ଷଠାରୁ ୩ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମୟ ନିର୍ଦ୍ଧାରଣ ହୋଇଛି। ଏହି ଯୋଜନାରେ ରାଜ୍ୟର ୨୭,୬୦୦ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରହିଛି। ଚଳିତ ୨୦୨୨-୨୩ ବର୍ଷରେ ୧୦୦ କୋଟି ବିନିଯୋଗ କରି ୪୦୦୦ ହେକ୍ଟର ଜମିରେ ଜଳସେଚନ ପାଇଁ ୨୦୦ଟି ଚେକଡ୍ୟାମ, ୨୦୨୩-୨୪ରେ ୩୦୦ କୋଟି ବିନିଯୋଗ କରି ୧୦,୦୦୦ ହେକ୍ଟର ଜମିରେ ଜଳସେଚନ ପାଇଁ ୫୦୦ଟି ଏବଂ ୨୦୨୪-୨୫ରେ ୪୧୧.୪୫ କୋଟି ବିନିଯୋଗ କରି ୧୩,୬୦୦ ହେକ୍ଟର ଜମି ପାଇଁ ୧୨୮୦ଟି ଚେକଡ୍ୟାମ ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଛି। ତେବେ ପୂର୍ବରୁ ନିର୍ମାଣ ହୋଇଥିବା ଅଧିକାଂଶ ଚେକଡ୍ୟାମ ଭାଙ୍ଗି ପଡିଥିବାରୁ ସେଗୁଡିକ କୌଣସି କାମରେ ଲାଗୁ ନ ଥିବା ଦୃଷ୍ଟିଗୋଚର ହୋଇଛି। ଏଭଳିସ୍ଥିତିରେ ଏମ୍‌ଏଟିୱାଇରେ ଠିକାକାର୍ଯ୍ୟକୁ ଗୁରୁତ୍ୱ ନ ଦେଇ ଚାଷୀଙ୍କ ବିକାଶ ପାଇଁ ଲକ୍ଷ୍ୟ ରଖି ଉନ୍ନତମାନର ଚେକଡ୍ୟାମ ନିର୍ମାଣ କରାଗଲେ ଚାଷୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି। ଏପରିକି ଶିଳ୍ପ କାରଖାନା ପ୍ରତି ବେକାର ଯୁବକମାନେ ଆକୃଷ୍ଟ ନ ହୋଇ ଚେକଡ୍ୟାମ ପାଣି ସହାୟତାରେ ଆଧୁନିକ ଜ୍ଞାନ କୌଶଳ ବଳରେ ଚାଷକରି ଅଧିକ ଲାଭବାନ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁଚରଣ ରାୟ କୁହନ୍ତି, ଯାଜପୁର ଜିଲା ବରୀ ଅଞ୍ଚଳର ଏକାଧିକ ଚେକଡ୍ୟାମଗୁଡିକ ଶୁଖିଲା ପଡିଛି, ଯାହାକି ଚାଷୀଙ୍କ କୌଣସି କାମରେ ଲାଗି ପାରିନାହିଁ। ଏମଏଟିୱାଇର ପରିକଳ୍ପନା କେବଳ ଠିକାଦାରମାନଙ୍କୁ ସୁହାଇବ। ଜଳସେଚନ ବୃଦ୍ଧି ହେଉଥିବା ଦର୍ଶାଇବାକୁ ଏହା କେବଳ ନାମକୁ ମାତ୍ର ଯୋଜନା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri