Categories: ଜାତୀୟ

ନୀତୀଶଙ୍କ ସରକାରରେ ଅଧାରୁ ଅଧିକ ମନ୍ତ୍ରୀଙ୍କ ନାଁରେ ରହିଛି ଆପରାଧିକ ମାମଲା

ପାଟନା,୧୯ ।୧୧: ବିହାର ବିଧାନସଭାର ନୂଆ ମନ୍ତ୍ରିମଣ୍ଡଳ ଗଠନ ସରିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମଙ୍ଗ ଧରିଛନ୍ତି । ଏବେ ଜଣାପଡିଛି କି ନୀତୀଶ ସରକାରଙ୍କ ଅଧାରୁ ଅଧିକ ମନ୍ତ୍ରୀଙ୍କ ନାଁରେ ରହିଛି ଆପରାଧିକ ମାମଲା । ୬ ମନ୍ତ୍ରୀଙ୍କ ନାଁରେ ରହିଛି ସଙ୍ଗିନ ଅଭିଯୋଗ । ନୂଆ ସରକାରରେ ଥିବା ୧୪ ମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବା ରିପୋର୍ଟରେ କୁହାଯାଇଛି କି ଏମାନଙ୍କ ମଧ୍ୟରେ ୧୩ ମନ୍ତ୍ରୀ କୋଟିପତି । ଆସୋସିଏଶନ ଫର ୍‌ଡେମୋକ୍ରାଟିକ ରିଫର୍ମସ୍ (ଏଡିଆର୍‌) ର ରିପୋର୍ଟ ଅନୁଯାୟୀ ନୂଆ ସରକାରରେ ୫୭ ପ୍ରତିଶତ ମନ୍ତ୍ରୀ ଦାଗି । ଜନତା ଦଳ ୟୁନାଇଟେଡ(ଜେଡିୟୁ) କୋଟାରେ ଥିବା ୬ ମନ୍ତ୍ରୀଙ୍କ ମଧ୍ୟରୁ ୨ ମନ୍ତ୍ରୀଙ୍କ ନାଁରେ ସଙ୍ଗିନ ମାମଲା ରହିଛି । ଭାରତୀୟ ଜନତା ପାର୍ଟି(ଭାଜପା) ୬ ମନ୍ତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ଆପରାଧିକ ମାମଲା ଥିବା ବେଳେ ୨ ଜଣଙ୍କ ନାଁରେ ସଙ୍ଗିନ ଅଭିଯୋଗ ରହିଛି । ସେହିପରି ହମ୍ ଦଳର ଜଣେ ମନ୍ତ୍ରୀ ନୂଆ ସରକାରରେ ସାମିଲ ହୋଇଥିବା ବେଳେ ତାଙ୍କ ନାଁରେ ରହିଛି ସଙ୍ଗିନ ଆପରାଧିକ ମାମଲା । ଏପଟେ ଭିଆଇପି ଦଳର ଜଣେ ମନ୍ତ୍ରୀ ଥିବା ବେଳେ ସେ ମଧ୍ୟ ଆପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି ।

Share