Categories: ଜାତୀୟ

୧୫ ଦିନରେ ୫୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ମାମଲା ଦୁଇ କୋଟି ମାର୍କ ଅତିକ୍ରମ କରିଛି। ମାତ୍ର ୧୫ଦିନ ମଧ୍ୟରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ଘଟିଛି। ଦେଶରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଚତୁର୍ଥ ନମୁନା କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ଗୋଟିଏ ଦିନରେ ୧୫.୪୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ୨୪.୮୦ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡିଛି।
ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩,୧୨,୬୧୮ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩,୯୮୨ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୧୦ଲକ୍ଷ ୬୪ ହଜାର ୮୬୨ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୧ କୋଟି ୬୬ଲକ୍ଷ ୧୩ ହଜାର ୨୯୨ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୬୯ ଲକ୍ଷ ୫୧ହଜାର ୭୩୧ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୭୦କୁ ବୃଦ୍ଧି ପାଇଛି।

Share