ତାଲିବାନ୍‌ ଶାସନରେ ୯ ଲକ୍ଷରୁ ଅଧିକ ହରାଇଲେଣି ଚାକିରି…

କାବୁଲ, ୧୧।୫ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଫେରିବା ପରଠାରୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟରେ ତାଲିବାନ ଦେଶରେ ଶାସନ ଭାର ଗ୍ରହଣ କରିବା ପରେ ନଅ ଲକ୍ଷ ଆଫଗାନିସ୍ତାନୀ ଚାକିରି ହରାଇଛନ୍ତି। ଖାମା ପ୍ରେସ ଦ୍ୱାରା ରିପୋର୍ଟ ଅନୁଯାୟୀ, କାର୍ଯ୍ୟରତ ମହିଳାମାନେ ଅଧିକ ପ୍ରଭାବିତ ହେବାରେ ଲାଗିଛି।

୨୦୨୨ ମଧ୍ୟଭାଗରେ ମହିଳାଙ୍କ ନିଯୁକ୍ତି ୨୧ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ତାଲିବାନ କ୍ଷମତାକୁ ଆସିବା ପରଠାରୁ ଦେଶରେ ଦାରିଦ୍ର୍ୟତା ବଢ଼ି ଚାଲିଛି। ଏହା ସହିତ ବେକାରୀ ସମସ୍ୟା ବୃଦ୍ଧି ପାଇଛି।

ବିଶ୍ୱ ଶ୍ରମ ସଂଗଠନ ଅନୁଯାୟୀ, ୨୦୨୧ର ତୃତୀୟ ତ୍ରୟମାସିକରେ ଅଢ଼େଇ ଲକ୍ଷରୁ ଅଧିକ ଆଫଗାନିସ୍ତାନୀ କର୍ମଚାରୀ ଚାକିରୀ ହରାଇଛନ୍ତି ଏବଂ ୨୦୨୨ ମଧ୍ୟଭାଗ ସୁଦ୍ଧା ଏହା ପୁଣି ସାତରୁ ନଅ ଲକ୍ଷରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ବହୁ ଲୋକ ଦିନକୁ ଦୁଇମୁଠା ଖାଇବାକୁ ପାଉନଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share