ମାଓବାଦୀ ଭୟରେ ଭିଟାମାଟି ଛାଡ଼ିଲେ ୮୫ରୁ ଊର୍ଦ୍ଧ୍ୱ ଲୋକ

ଚିତ୍ରକୋଣ୍ଡା,୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡ଼ା, ବିହନଗୁଡ଼ି,ଖାଲପଦର,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ,ତାଲପଦର,ପଳାସପଦର,ଡାଳିଆମ୍ବ, ମୁତାମ୍ବ, ଗମେଲପୁଟ,ଦୋରାଗୁଡ଼ା ମାଓବାଦୀ ଭୟ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡ଼ିଛନ୍ତି ୮୫ରୁ ଊର୍ଦ୍ଧ୍ୱ ଲୋକ। ଖବର ପାଇ ଉକ୍ତ ଲୋକଙ୍କୁ ଥଇଥାନ କରିବା ପାଇଁ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ପହଞ୍ଚିଛନ୍ତି।