Posted inଜାତୀୟ

୫ ବର୍ଷରେ ୮୦ ହଜାରରୁ ଅଧିକ ଜୀବନ୍ତ ଦଗ୍ଧ , ମଧ୍ୟପ୍ରଦେଶରେ ସର୍ବାଧିକ, ଦ୍ୱିତୀୟରେ ଓଡ଼ିଶା…

ନୂଆଦିଲ୍ଲୀ ୧୪।୫ : ଶୁକ୍ରବାର ସାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ଏକ ତିନି ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ୫୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୧୨ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ଅଗ୍ନିକାଣ୍ଡ ଯୋଗୁଁ ଜୀବନ୍ତ ଦଗ୍ଧ ହେବା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ୧୩ ମେ‘ରେ ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବା ପରେ ଫେରୁଥିବା ଯାତ୍ରୀଙ୍କ ବସ୍‌ରେ ନିଆଁ ଲାଗିଯାଇଥିଲା। ଏଥିରେ ଚାରିଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ଅନ୍ୟ ୨୪ ଜଣ ଗୁରୁତର ଆହତ ହୋଇଥିଲେ।

ପରିସଂଖ୍ୟାନ ଦର୍ଶାଏ ଯେ ଗୋଟିଏ ବର୍ଷ ମଧ୍ୟରେ ୧୧ ହଜାରରୁ ଅଧିକ ଏଭଳି ମାମଲା ରୁଜୁ ହୋଇଛି ଯେଉଁଥିରେ ନଅ ହଜାରରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ୮୦ ହଜାରରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋର ୱେବସାଇଟ ଅନୁସାରେରେ, ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ତଥ୍ୟ ପ୍ରଦାନ କରାଯାଇଛି। ୨୦୨୧ ପାଇଁ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ।

୨୦୧୫ ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ଅଗ୍ନିକାଣ୍ଡ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ଅତ୍ୟନ୍ତ ଅଧିକ। ରିପୋର୍ଟ ଅନୁଯାୟୀ, ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ୮୨ ହଜାର ୭ ଟି ଅଗ୍ନିକାଣ୍ଡ ଘଟିଛି। ଏଥିମଧ୍ୟରେ ୮୦ ହଜାର ୨୪୨ ଜଣଙ୍କର ମୃତ୍ୟୁ ଘଟିଛି। ୨୦୨୦ରେ, ସାରା ଦେଶରେ ୯,୩୨୯ ଅଗ୍ନିକାଣ୍ଡ ଘଟିଥିଲା। ସେଥିରେ ୯,୧୧୦ ଲୋକ ଜୀବନ୍ତ ଦଗ୍ଦ ହୋଇଥିଲେ।

ମୃତକଙ୍କ ମଧ୍ୟରେ ୪,୯୫୪ ଜଣ ମହିଳା ଏବଂ ୪,୧୫୬ ଜଣ ପୁରୁଷ ଥିଲେ। ୪୬୮ ଜଣ ଆହତ ହୋଇଥିଲେ। ୨୦୧୯ରେ ୧୧,୦୩୭ ଟି ଅଗ୍ନିକାଣ୍ଡ ଘଟଣା ପଞ୍ଜିକୃତ ହୋଇଛି। ସେଥିରେ ୧୦ ହଜାର ୯୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ମୃତକଙ୍କ ସଂଖ୍ୟା ୨୦୧୫ରେ ସର୍ବାଧିକ ଥିଲା। ମୋଟ ୧୮,୪୫୦ ଅଗ୍ନିକାଣ୍ଡ ଘଟିଥିଲା ଏବଂ ମୃତକଙ୍କ ସଂଖ୍ୟା ୧୭,୭୦୦ ଥିଲା। ଏହାପରେ ବର୍ଷକୁ ବର୍ଷ ଅଗ୍ନିକାଣ୍ଡ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

୨୦୨୦ ରେ, ୫,୩୯୧ ଆବାସିକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୫,୨୪୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୮ ବାଣିଜି୍ୟକ ଭବନରେ ଏହିପରି ଘଟଣା ରେକର୍ଡ କରାଯାଇଛି। ଏଥିରେ ୧୬୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସରକାରୀ ଅଟ୍ଟାଳିକାରେ ୫୩ ଟି ଅଗ୍ନିକାଣ୍ଡ ଘଟି ୫୭ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ।
୧୦୯ ଟି କାରଖାନାରେ ଅଗ୍ନିକାଣ୍ଡ ଯୋଗୁ ୧୦୭ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ ରେ, ଚଳନ୍ତା ଯାନରେ ୨୫୭ଟି ଅଗ୍ନିକାଣ୍ଡ ରେକର୍ଡ କରାଯାଇଛି । ଏଥିରେ ୩୨୬ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ।

ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଥିବା ରାଜ୍ୟ ମଧ୍ୟରେ ଶୀର୍ଷରେ ମଧ୍ୟ ପ୍ରଦେଶ ରହିଛି। ଏଠାରେ ଗତ ୫ ବର୍ଷରେ ୧,୪୩୦ ଅଗ୍ନିକାଣ୍ଡ ଘଟଣାରେ ୧,୪୯୦ ଜଣଙ୍କ ମୃତ୍ୟୁ ଘଟିଛି।

ଏହା ପଛକୁ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୋଟ ୧,୨୯୨ ଅଗ୍ନିକାଣ୍ଡରେ ୧,୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛି। ଏଠାରେ ୭୬୨ ଅଗ୍ନିକାଣ୍ଡରେ ୭୬୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ତାମିଲନାଡୁରେ ୭୪୩ ଘଟଣାରେ ୭୪୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କର୍ନାଟକରେ ୫୬୦ ଘଟଣାରେ ୫୬୮ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri