ଇଛାମୃତ୍ୟୁ ସପକ୍ଷରେ ୬୫ ପ୍ରତିଶତରୁ ଅଧିକ ଜନମତ: ଖୁବ୍‌ ଶୀଘ୍ର ଆସିବ ଆଇନ

ଓ୍ବିଲିଙ୍ଗଟନ୍‌,୩୧।୧୦: ଇଛାମୃତ୍ୟୁକୁ ନ୍ୟୁଜିଲାଣ୍ଡର ୬୫.୨ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ଏନେଇ ଦେଶର ସାଧାରଣ ନିର୍ବାଚନ ସମୟରେ ଜନସାଧାରଣଙ୍କ ମତାମତ ଲୋଡ଼ା ଯାଇଥିଲା। ଜନମତ ଇଛାମୃତ୍ୟୁ ସପକ୍ଷରେ ରହିଥିବା ସ୍ଥାନୀୟ ସରକାର ସୂଚନା ଦେଇଛନ୍ତି। ଲୋକେ ଇଛାମୃତ୍ୟୁକୁ ଗାରିମାମୟ ଜୀବନର ଅଂଶବିଶେଷ ବୋଲି ମତ ଦେଇଛନ୍ତି। ଜନମତ ଆଧାରରେ ଖୁବ୍‌ ଶୀଘ୍ର ନ୍ୟୁଜିଲାଣ୍ଡରେ ଡାକ୍ତରଙ୍କ ସହାୟତାରେ ଇଛାମୃତ୍ୟୁ ଲାଗୁ କରାଯିବାର ଆଶା ରହିଛି। ୨୦୧୫ରେ ନ୍ୟୁଜିଲାଣ୍ଡରେ ଇଛାମୃତ୍ୟୁକୁ ଲାଗୁ ନେଇ ବହୁ ତର୍କବିତର୍କ ହୋଇଥିଲା। ୨୦୦୨ରେ ପ୍ରଥମେ ନେଦରଲାଣ୍ଡରେ ଇଛାମୃତ୍ୟୁ ପାଇଁ ନିୟମ ଲାଗୁ ହୋଇଥିଲା। ସେହିବର୍ଷ ବେଲଜିୟମ୍‌ରେ ମଧ୍ୟ ଏହି ଆଇନ ପ୍ରଣୟନ ହୋଇଥିଲା। ୨୦୦୮ରେ ଲୁଜେମବର୍ଗ, ୨୦୧୫ରେ କଲମ୍ବିଆ ଏବଂ ୨୦୧୬ରେ କାନାଡ଼ାରେ ଇଛାମୃତ୍ୟୁ ଆଇନ ଲାଗୁ କରାଯାଇଥିଲା।

Share