Categories: ଜାତୀୟ

ପଞ୍ଚାୟତ ନିର୍ବାଚନରେ ଶିନ୍ଦେ-ଭାଜପା ମେଣ୍ଟକୁ ବଡ ସଫଳତା

ମୁମ୍ବାଇ,୨୦ ।୯: ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ଫଳାଫଳରେ ରାଜ୍ୟର ଶାସକ ଶିନ୍ଦେ-ଭାଜପା ମେଣ୍ଟକୁ ବଡ ସଫଳତା ମିଳିଥିବା ଦାବି କରାଯାଇଛି । ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ କହିଛନ୍ତି, ରାଜ୍ୟର ଜନତା ଶିନ୍ଦେ-ଫଡ଼ନାଭିସ ସରକାରଙ୍କ ଉପରେ ମୋହର ଲଗାଇ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ୫୦ ପ୍ରତିଶତରୁ ଅଧିକ ନବନିର୍ବାଚିତ ସରପଞ୍ଚ ଏହି ମେଣ୍ଟକୁ ସମର୍ଥନ କରୁଛନ୍ତି ।
ଭାରତୀୟ ଜନତା ପାର୍ଟି(ଭାଜପା) ନେତା ବାବନକୁଲେ କହିଛନ୍ତି, ମହାରାଷ୍ଟ୍ରର ୧୬ ଜିଲାରେ ୫୪୭ ଗ୍ରାମ ପଞ୍ଚାୟତ ନିର୍ବାଚନ ରବିବାର ହୋଇଥିଲା । ଏଥିରେ ୭୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ସୋମବାର ଭୋଟ ଗଣତି ହୋଇଥିଲା । ଏହି ନିର୍ବାଚନ ଦଳିତ ଆଧାରରେ ହୋଇ ନ ଥିଲା । ହେଲେ ବିଜୟ ପରେ ୫୦ ପ୍ରତିଶତରୁ ଅଧିକ ସରପଞ୍ଚ ଆମ ମେଣ୍ଟ ସରକାରକଚ ସମର୍ଥନ କରିଛନ୍ତି ।
ଗ୍ରାମ ପଞ୍ଚାୟତ ବ୍ୟତୀତ ସରପଞ୍ଚ ନିର୍ବାଚନ ସିଧାସଳଖ ଭାବେ ହୋଇଥିଲା । ଏଥିରେ ୨୫୯ ପଦରେ ଭାଜପା ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହାସହ ଶିନ୍ଦେଙ୍କ ନେତୃତ୍ୱରେ ସମର୍ଥିତ ୪ ସରପଞ୍ଚ ବିଜୟୀ ହୋଇଛନ୍ତି । ଏହିଭଳି ଭାବେ ୫୦ ପ୍ରତିଶତରୁ ଅଧିକ ସରପଞ୍ଚ ଶାସକ ମେଣ୍ଟରୁ ନିର୍ବାଚିତ ହୋଇଛନ୍ତି ।

Share