୨ ବର୍ଷରେ ୫୦ରୁ ଅଧିକ ଠକ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଶିକ୍ଷିତ ବେକାରି ସଂଖ୍ୟା ବଢ଼ି ଚାଲିଛି। କଟକ, ଭୁବନେଶ୍ୱର ଭଳି ସହରକୁ ଆସି ଚାକିରି ସନ୍ଧାନରେ ବର୍ଷ ବର୍ଷ ବିତୁଛି। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଖୁବ୍‌ କମ୍‌ ଯୁବତୀଯୁବକ ଚାକିରି ପାଉଥିବାବେଳେ ଅଧିକାଂଶ ହତାଶ ହୋଇ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ସହ ବିଭିନ୍ନ ନିଯୁକ୍ତିକାରୀ ସଂସ୍ଥାକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି। ଏହାର ସୁଯୋଗ ନେଇ ରାଜ୍ୟରେ ଚାକିରି ନାଁରେ ଏକାଧିକ ଠକେଇ ର଼୍ୟାକେଟ ସକ୍ରିୟ ହୋଇଉଠିଛି। ଏହାର ଚେର ରାଜଧାନୀରୁ ବାହାର ଜିଲା ଓ ରାଜ୍ୟକୁ ଲମ୍ବିଛି। ବିଶେଷକରି କରୋନାଠାରୁ ଏହି ଠକେଇ ମାମଲା ବଢ଼ିଚାଲିଛି। ଠକମାନେ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରିବା ସହ ନାନା ଉପାୟରେ ଫସାଇ କୋଟି କୋଟି ଟଙ୍କା ଠକି ନେବାରେ ସକ୍ଷମ ହେଉଛନ୍ତି। ବିଶେଷକରି ସୋସିଆଲ ମିଡିଆକୁ ପ୍ରମୁଖ ମାଧ୍ୟମକରି ବେକାର ଯୁବତୀଯୁବକଙ୍କୁ ଶୋଷଣ କରୁଥିବା ନଜିର ରହିଛି। କେତେବେଳେ ନିଜକୁ ବଡ ଅଧିକାରୀଙ୍କ ପରିଚୟ ଦେଇ ତ ପୁଣି କେତେବେଳେ ସରକାରୀ ୱେବ୍‌ସାଇଟକୁ ନକଲ କରି ଜାଲ ବିଛାଉଛନ୍ତି। ବିଶ୍ୱାସ ଜନ୍ମାଇବା ଲାଗି ଗଣମାଧ୍ୟମରେ ଲୋଭନୀୟ ବିଜ୍ଞାପନ ଦେଉଛନ୍ତି। ଚିନ୍ତା ଓ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ଚାକିରି ଆଶାୟୀମାନେ ଲୋଭରେ ପଡି ଠକଙ୍କ ମାୟାଜାଲାରେ ପଡି ଟଙ୍କା, ସାର୍ଟିଫିକେଟ ଆଦି ହରାଇବା ସହ ଏଥିପାଇଁ ବହୁ ସମୟ ବରବାଦ କରୁଛନ୍ତି। ଅନେକ ବେକାର ଯୁବତୀଯୁବକ ମଧ୍ୟ ନେଟ୍‌ୱର୍କ ବ୍ୟବସାୟରେ ଫସି ବରବାଦ ହେଉଥିବା ଦେଖାଯାଉଛି। ଏନେଇ ଠକେଇର ଶିକାର ବେକାର ଯୁବତୀଯୁବକଙ୍କ ମଧ୍ୟରୁ ଅନେକେ ପୋଲିସର ସାହାରା ନେଉଥିବାବେଳେ ଆଉ କେତେଜଣ ସମ୍ମାନ ଯିବା ଓ ଥାନାକୁ ଯାଇ ହଟହଟା ନ ହେବା ପାଇଁ ଅଭିଯୋଗ କରୁନାହାନ୍ତି। ତେବେ ଅଭିଯୋଗ ଆଧାରରେ ଗତ ୨ ବର୍ଷରେ ଚାକିରି ନାଁରେ ଠକେଇ କରିଥିବା ୫୦ରୁ ଅଧିକ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ଓ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।
ଗତ ଜାନୁୟାରୀ ୩୦ରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ମାଷ୍ଟରମାଇଣ୍ଡ୍‌ ସମେତ ୩ ସହଯୋଗୀଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଏମ୍ସର ଏଚ୍‌ଆର ପରିଚୟ ଦେଇଥିଲେ। ଏମ୍‌ସରେ ଟିକେଟ କଲେକ୍ଟରେ ଚାକିରି କରାଇଦେବାକୁ କହି ୮ଜଣ ଆଶାୟୀଙ୍କଠାରୁ ୨ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।
ଗତବର୍ଷ ଡିସେମ୍ବର ୩୧ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ,ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶରେ ଜାଲ ବିଛାଇ ଚାକିରି ଆଶାୟୀଙ୍କଠାରୁ ବହୁ କୋଟି ଟଙ୍କା ଚଳୁ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା(ଇଓଡବ୍ଲ୍‌ୟୁ) ଉତ୍ତରପ୍ରଦେଶ ଆଲିଗଡ଼ରୁ ଗିରଫ କରିଥିଲା। ଅଭିଯୁକ୍ତ ଠକ ସରକାରୀ ୱେବ୍‌ସାଇଟ୍‌ର ଅବିକଳ ନକଲ ପ୍ରସ୍ତୁତ କରୁଥିଲେ। ଫଳରେ ଚାକିରି ଆଶାୟୀମାନେ ଉକ୍ତ ୱେବ୍‌ସାଇଟ୍‌କୁ ସରକାରୀ ଭାବି ବିଭିନ୍ନ ପଦପଦବୀ ଲାଗି ପରୀକ୍ଷା ପାଇଁ ସେଥିରେ ରେଜିଷ୍ଟ୍ରେଶନ କରୁଥିଲେ। ବିଭିନ୍ନ ପର୍ଯ୍ୟାୟରେ ଟ୍ରେନିଂ, ପରୀକ୍ଷା ଫି’ ବାବଦକୁ ୩ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଠକି ନେଉଥିଲେ।
ଗତବର୍ଷ ନଭେମ୍ବର ୧୮ରେ ନୟାପଲ୍ଲୀ ଥାନା ପୋଲିସ ଜଣେ ଠକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଠକ ଆଇସିଆଇସି ବ୍ୟାଙ୍କ ଓ ଏଏସ୍‌ଓରେ ଚାକିରି ଦେବାକୁ କହି ଜଣେ ଆଶାୟୀଙ୍କଠାରୁ ୪ ଲକ୍ଷ ୩୧ ହଜାର ୫୦୦ ଟଙ୍କା ଚୂନା ଲଗାଇଥିଲେ।
ଫେବୃୟାରୀ ୧୭ରେ ପାହାଳ ଥାନା ପୋଲିସ ଜଣେ ଚାକିରି ଠକ କଟକ ଜିଲାର ରଞ୍ଜନ କୁମାର ନାୟକଙ୍କୁ ଗିରଫ କରିଥିଲା। ସେ ରାଉରକେଲାର ଅକ୍ଷୟ କୁମାର ମହାନ୍ତିଙ୍କୁ ହାଇକୋର୍ଟରେ ଏଏସ୍‌ଓ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୮ ଲକ୍ଷ ୨ ହଜାର ଟଙ୍କା ଠକିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri