୨୦୩ ଦିନରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଟିକା…

ନୂଆଦିଲ୍ଲୀ,୭।୮: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନରେ ଇତି ମଧ୍ୟରେ ୫୦ କୋଟି ଲୋକଙ୍କୁ ଡୋଜ୍‌ ପ୍ରଦାନ କରାଯାଇଛି। ଏଥି ଲାଗି ୨୦୩ ଦିନ ସମୟ ଲାଗିଛି ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଶୁକ୍ରବାର ସୁଦ୍ଧା ୫୦ କୋଟି ୧୦ ଲକ୍ଷ ୯ ହଜାର ୬୦୯ ଜଣଙ୍କୁ ଡୋଜ ଦିଆଯାଇଛି। ସେଥିମଧ୍ୟରେ ୩୮ କୋଟି ୯୪ ଲକ୍ଷ ୭୫ ହଜାର ୫୨୦ ଜଣଙ୍କୁ ପ୍ରଥମ ଡୋଜ ଥିବାବେଳେ ୧୧ କୋଟି ୮ ଲକ୍ଷ ୭୩ ହଜାର ୩୪୬ ଜଣଙ୍କୁ ଉଭୟ ଡୋଜ ଦିଆଯାଇଛି।
ପ୍ରଥମ ୧୦ କୋଟି ଡୋଜ୍‌ ଦେବା ପାଇଁ ୮୫ ଦିନ ଲାଗିଥିଲା। ୧୦ରୁ ୨୦ କୋଟି ଲାଗି ୪୫ ଦିନ ସମୟ ଲାଗିଥିବାବେଳେ ୨୦ରୁ ୩୦ କୋଟି ପାଇଁ ୨୯ ଦିନ ଲାଗିଥିଲା। ୩୦ରୁ ୪୦ କୋଟି ଡୋଜ୍‌ ପାଇଁ ୨୪ ଦିନ ଲାଗିଥିବାବେଳେ ୫୦ କୋଟି ଟିକାକରଣ ଅର୍ଥାତ୍‌ ୧୦ କୋଟି ଡୋଜ୍‌ ଲାଗି ମାତ୍ର ୨୦ ଦିନ ସମୟ ଲାଗିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୪୯ ଲକ୍ଷ ୫୫ ହଜାର ୧୩୮ ଡୋଜ ଦିଆଯାଇଛି। ସେଥିମଧ୍ୟରେ ୩୨ ଲକ୍ଷ ୧୦ ହଜାର ୬୧୩ ପ୍ରଥମ ଡୋଜ ଥିବାବେଳେ ୧୧ ଲକ୍ଷ ୧୯ ହଜାର ୬୦ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ଇତିମଧ୍ୟରୋ ୧ କୋଟି ୩ ଲକ୍ଷ ୨୮ ହଜାର ୫୦୩ ସ୍ବାସ୍ଥ୍ୟସେବା କର୍ମଚାରୀ ପ୍ରଥମ ଡୋଜ ପାଇ ସାରିଛନ୍ତି। ଉଭୟ ଡୋଜ ୭୯,୫୧,୮୭୬ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି। ୧ କୋଟି ୮୦ ଲକ୍ଷ ୪୮ ହଜାର ୯୩୭ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରଥମ ଡୋଜ ଦିଆଯାଇଛି।
୧୮ ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ୧୭ କୋଟି ୨୩ ଲକ୍ଷ ୨୦ ହଜାର ୩୯୪ ଜଣଙ୍କୁ ପ୍ରଥମ ଡୋଜ ପ୍ରଦାନ କରାଯାଇଛି। ଏଥି ସହିତ, ୧ କୋଟି ୧୨ ଲକ୍ଷ ୫୬ ହଜାର ୩୧୭ ଜଣଙ୍କୁ ଉଭୟ ଡୋଜ ଦିଆଯାଇଛିି। ୪୫ ରୁ ୫୯ ବର୍ଷ ବୟସ୍କଙ୍କ ମଧ୍ୟରୁ ୧୧,୦୭,୬୬,୮୬୩ ଜଣଙ୍କୁ ପ୍ରଥମ ଏବଂ ୪,୧୯,୨୩,୯୨୦ ଉଭୟ ଡୋଜ ଦିଆଯାଇଛି। ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୭,୮୦,୧୦,୮୨୩ ଜଣ ପ୍ରଥମ ଡୋଜ ପ୍ରଦାନ କରାଯାଇଛ ଏବଂ ୩ ,୮୦,୯୦,୬୮୫ ଲୋକ ଉଭୟ ଡୋଜ ଗ୍ରହଣ କରିଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ୧ କୋଟିରୁ ଅଧିକ ଟିକା ଦିଆଯାଇଛି। ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ପ୍ରତି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି।

Share