ଭୁବନେଶ୍ୱର,୨୯।୬(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫ ଲକ୍ଷ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଯାଇଛି। ବାକି ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗାଡି ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ଚାଲୁଛି। ଅନେକ ଗାଡି ମାଲିକ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ ଅପେକ୍ଷାରତ ଅଛନ୍ତି। ଏପରିସ୍ଥିତିରେ ଗତ ୨୩ ତାରିଖରୁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭ୍ ଚେକିଂରେ ୮୦୦ରୁ ଊର୍ଦ୍ଧ୍ୱ ମାଲିକଙ୍କ ନାଁରେ ଇ-ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି।
ବିଭାଗୀୟ ସୂଚନାନୁସାରେ, ଓଡ଼ିଶା ରେଜିଷ୍ଟ୍ରେଶନ୍ ମାର୍କ ଥିବା ତଥା ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ୍ ପ୍ଲେଟ୍ (ଏଚଏସ୍ଆର୍ପି) ଲଗାଇବା ଅବଧି ଗତ ଫେବୃୟାରୀ ୨୮ରୁ ଶେଷ ହୋଇଛି। ଏବେବି ଅନେକ ଗାଡିରେ ବିକୃତ ନମ୍ବର ପ୍ଲେଟ ଥିବାବେଳେ ଅଧିକାଂଶ ଗାଡି ମାଲିକ ବୁକିଂ କରିଥିବା ନମ୍ବର ପ୍ଲେଟ୍କୁ ଅପେକ୍ଷା କରି ରହିଛନ୍ତି। ତେବେ ଗତବର୍ଷ ଅଗଷ୍ଟରେ ୭ ଲକ୍ଷ ୬ ହଜାର ୨୧୫ଟି ଗାଡି ମାଲିକ ସ୍ଲଟ ବୁକିଂ କରିଥିବାବେଳେ ଚଳିତବର୍ଷ ଜୁନ୍ ୭ ସୁଦ୍ଧା ୪୦ ଲକ୍ଷ ୯୩ ହଜାର ୬୦୮ଟି ଗାଡି ଲାଗି ସ୍ଲଟ୍ ବୁକିଂ ହୋଇଛି। ଏଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ଟି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ଥିବାବେଳେ ବାକି ୫ ଲକ୍ଷ ଗାଡି ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ରେ ଚାଲୁଛି। ତେଣୁ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ୨୫ ତାରିଖ ସୁଦ୍ଧା ୮୦୦ରୁ ଊର୍ଦ୍ଧ୍ୱ ଗାଡିକୁ ଧରାଯାଇଥିବାବେଳେ ୬୩୭ଜଣ ଗାଡି ମାଲିକଙ୍କ ନାମରେ ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି।
ଏନେଇ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର (ଏନ୍ଫୋର୍ସମେଣ୍ଟ) ଲାଲମୋହନ ସେଠୀଙ୍କ କହିବା ଅନୁଯାୟୀ, ସେଣ୍ଟ୍ରାଲ ମୋଟର ଭେଇକିଲ୍ ରୁଲ୍(ସିଏମ୍ଭିଆର୍)୧୯୮୯ର ଧାରା ୫୦ ଅନୁଯାୟୀ ସମସ୍ତ ଯାନବାହନରେ ଏଚ୍ଏସ୍ଆର୍ପି ବାଧ୍ୟତାମୂଳକ। ମୋଟର ଭେଇକିଲ୍(ଏମ୍ଭି) ଆକ୍ଟ ୧୯୮୮ର ଧାରା ୧୯୨ ଅନୁସାରେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଥିଲେ ଇ-ଚାଲାଣ କଟାଯିବ। ନିୟମ ପାଳନ କରୁ ନ ଥିବା ଗାଡି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ। ଗୋଟିଏ ଗାଡି ପ୍ରଥମଥର ଧରାପଡ଼ିଲେ ୫ ହଜାର ଓ ଦ୍ୱିତୀୟଥର ଧରାପଡିଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଏନେଇ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ନିୟମ ମାନୁ ନ ଥିବା ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ସେଠୀ କହିଛନ୍ତି।
ଦେଶରେ ଲାଗିବ କି ଲକ୍ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…
ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…
ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM
ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…
ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…
ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…
ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…
ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଅସନ୍ତୋଷ
ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…
୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା
ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…
Archives

