ସ୍ବଦେଶ ଫେରିଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀ

ବାଲୁଗଁା,୨୨ା୨(ଡି.ଏନ୍‌.ଏ.): କିଛିଦିନ ହେବ ଗ୍ରୀଷ୍ମର ମାତ୍ରା ବୃଦ୍ଧି ପାଇଥିବା ବେଳେ ଚିଲିକାରୁ ମଙ୍ଗଳବାର ସୁଦ୍ଧା ୫ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ସ୍ବଦେଶ ଫେରିଯାଇଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି। ତେବେ ଅଭୟ୍ୟାରଣ୍ୟ ନଳବଣ ଆକାଶରେ ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ଏକତ୍ରିତ ହୋଇ ଇଂଲିଶ ଅକ୍ଷର ୟୁ ଓ ଭି ସଦୃଶ ଦଳ ଦଳ ହୋଇ ସ୍ବଦେଶ ଫେରୁଥିବା ଦେଖିବାକୁ ମିଳିଛି।
ଅକ୍ଟୋବରରୁ ଶୀତ ଆଗମନରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା। ସୁଦୂର ବରଫାବୃତ୍ତ ଅଞ୍ଚଳରେ ଶୀତ ଋତୁରେ ଅତ୍ୟଧିକ ହିମ ପ୍ରବାହ ଯୋଗୁ ଏଥିରୁ ରକ୍ଷା ପାଇବା ସହ ଉପଯୁକ୍ତ ଖାଦ୍ୟ ଓ ନିରାପଦ ବାସସ୍ଥାନ ଅନ୍ବେଷଣରେ ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାକୁ ଆସିଥିଲେ। ଗୁଳ୍ମଜାତୀୟ ଉଦ୍ଭିଦ ଓ ଛୋଟ ଛୋଟ ମାଛ, କଙ୍କଡ଼ା, ଜଳଚର କୀଟପତଙ୍ଗ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହାର ପାଲଟିଥିଲା। ନଳବଣକୁ ପକ୍ଷୀମାନେ ନିରାପଦ ବାସସ୍ଥାନ ଭାବେ ଗ୍ରହଣ କରିବା ସହ ଏଠାରେ ଚାରି ମାସ ରହିବା ମଧ୍ୟରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଛନ୍ତି। ଫେବୃୟାରୀରେ ତାପମାତ୍ରା ବଢ଼ିବା ଯୋଗୁ ଏହି ପକ୍ଷୀ ଶାବକଙ୍କ ସହ ସ୍ବଦେଶ ଫେରିବା ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି ା ପ୍ରକାଶ ଯେ, ଚଳିତ ବର୍ଷ ଚିଲିକାରେ ମୋଟ ୧୧ ଲକ୍ଷ ୩୧ ହଜାର ୯୨୯ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ସେଥିମଧ୍ୟରୁ ନଳବଣରେ ୩ ଲକ୍ଷ ୪୨ ହଜାର ପକ୍ଷୀଙ୍କ ସମାଗମ ହୋଇଥିଲା ବୋଲି ଗତ ଜାନୁୟାରୀ ୪ରେ ବିଭାଗୀୟ ଗଣନାରୁ ଜଣାପଡ଼ିଥିଲା। ବିଗତ ବଷଗୁଡ଼ିକରେ ଚିଲିକାରେ ୧୮୩ରୁ ଊର୍ଦ୍ଧ୍ୱ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ପ୍ରଜାତି ସଂଖ୍ୟା ୧୮୪ରେ ସୀମିତ ଥିଲା। ସେମାନଙ୍କ ମଧ୍ୟରୁ ୟୁରାସିୟାନ୍‌ କୁଜଅନ୍‌, ପିଣ୍ଟେଲ୍‌, ଗଡ଼ଓ୍ବିଟ୍‌, ସୋଭଲର, ଗଡ୍‌ଓ୍ବାଲ୍‌ ଆଦି ପ୍ରଜାତି ସର୍ବାଧିକ ଥିଲେ। ତେବେ ଚିଲିକାର ଆକର୍ଷଣୀୟ ଫ୍ଲେମିଙ୍ଗୋ (ଏରା) ପକ୍ଷୀ ଚଳିତ ବର୍ଷ ୨୨ଟି ଆସିଥିବା ଗଣନାରୁ ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଶୀତର ପ୍ରକୋପ ବୃଦ୍ଧି ହେତୁ ଏହି ପକ୍ଷୀ ୧୨ଶହରୁ ଊର୍ଦ୍ଧ୍ୱ ଚିଲିକାରେ ଦୃଷ୍ଟିଗୋଚର ହୋଇଥିଲା, ଯାହାକି ପର୍ଯ୍ୟଟକଙ୍କୁ ବେଶ୍‌ ବିମୋହିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚକୁଳି ପଞ୍ଚାୟତରେ ସାମାଜିକ ଦୂରତ୍ୱ ରକ୍ଷା କରି ପିଡିଏସ୍‌ ସାମଗ୍ରୀ ବଣ୍ଟନ

ସରଣ୍ଡା,୬ା୪(ଡି.ଏନ୍‌.ଏ.): ସମଗ୍ର ବିଶ୍ୱରେ କାରୋନା ସଂକ୍ରମଣକୁ ନେଇ ଆଶଙ୍କା ବଢ଼ିଚାଲିଛି। ଏଥିପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କ ଘରକୁ ପିଡିଏସ ଚାଉଳ ଯୋଗାଣ ପାଇଁ କହିଥିବା ବେଳେ...

ଚେୟାରରେ ବସି ଅବଢ଼ା ଖାଇଲେ ପୋଲିସବାବୁ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପୁରୀ ଅଫିସ,୨୭ା୬: ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ରହିଛି ଗଭୀର ଭକ୍ତି ଏବଂ ବିଶ୍ୱାସ। ହେଲେ ମହାପ୍ରସାଦ ସେବନର ଏକ ଦୃଶ୍ୟ ସୋସିଆଲ ମିଡିଆରେ...

ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ସ୍କୁଲ ଆଗରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ସଜନାଗଡ଼, ୩୦।୬(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇପାରିନାହିଁ। ବୋର୍ଡ଼ ତରଫରୁ ଛାତ୍ରୀଛାତ୍ରଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ଦିଆଯାଇଛି। ମାତ୍ର ମାଟ୍ରିକ୍‌ ପରୀକ୍ଷା...

ନିଜେ ଟ୍ୟୁଶନ କରି ପଢ଼ା ଖର୍ଚ୍ଚ ତୁଲାଉଥିଲେ

କଟକ ଅଫିସ,୨୨ା୬: ଆମର ସମସ୍ତ ସ୍ବପ୍ନ ପୂରଣ ହେବ, ଯଦି ଆମେ ସେ ସ୍ବପ୍ନ ପଛରେ ସବୁବେଳେ ଧାଇଁବା… ଆମେରିକୀୟ ଉଦ୍ୟୋଗୀ, ସିନେ ପ୍ରଯୋଜକ ତଥା...

୨୪ ଘଣ୍ଟାରେ ଉଦ୍ଧାର ନ ହେଲେ ଧାରଣା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମ ବସ୍ତିରୁ ଜଣେ ନାବାଳିକା ଅପହରଣ ହେବାର ୮ମାସ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିପାରି ନାହିଁ। କେବଳ...

ଭାଙ୍ଗିଲେ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି

ପୁରୀ ଅଫିସ,୨।୭: ଭାଙ୍ଗିଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି। ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର...

ବିଦେଶୀ ପର୍ଯ୍ୟଟକଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି ଅନ୍ୟ ସମସ୍ତ ବିଭାଗ ଭଳି ବ୍ୟାପକ ପ୍ରସ୍ତୁତି କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। କରୋନା ଭୂତାଣୁ ସଂକ୍ରମଣରେ ଚାଇନା...

ମୁହଁରୁ ଖସାଇଲେଣି ମାସ୍କ

ଅନୁଗୋଳ ଅଫିସ, ୫ା୯: ଦୁଇ ମାସ ହେଲା ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତଳମୁହଁା ରହିଛି। ପୂର୍ବ ସ୍ଥିତିରେ ଯଥେଷ୍ଟ ସୁଧାର ଆସିଥିବାରୁ କୋଭିଡ୍‌ କଟକଣାକୁ...

Advertisement
Archives

Model This Week