ସ୍ବଦେଶ ଫେରିଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀ

ବାଲୁଗଁା,୨୨ା୨(ଡି.ଏନ୍‌.ଏ.): କିଛିଦିନ ହେବ ଗ୍ରୀଷ୍ମର ମାତ୍ରା ବୃଦ୍ଧି ପାଇଥିବା ବେଳେ ଚିଲିକାରୁ ମଙ୍ଗଳବାର ସୁଦ୍ଧା ୫ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ସ୍ବଦେଶ ଫେରିଯାଇଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି। ତେବେ ଅଭୟ୍ୟାରଣ୍ୟ ନଳବଣ ଆକାଶରେ ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ଏକତ୍ରିତ ହୋଇ ଇଂଲିଶ ଅକ୍ଷର ୟୁ ଓ ଭି ସଦୃଶ ଦଳ ଦଳ ହୋଇ ସ୍ବଦେଶ ଫେରୁଥିବା ଦେଖିବାକୁ ମିଳିଛି।
ଅକ୍ଟୋବରରୁ ଶୀତ ଆଗମନରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା। ସୁଦୂର ବରଫାବୃତ୍ତ ଅଞ୍ଚଳରେ ଶୀତ ଋତୁରେ ଅତ୍ୟଧିକ ହିମ ପ୍ରବାହ ଯୋଗୁ ଏଥିରୁ ରକ୍ଷା ପାଇବା ସହ ଉପଯୁକ୍ତ ଖାଦ୍ୟ ଓ ନିରାପଦ ବାସସ୍ଥାନ ଅନ୍ବେଷଣରେ ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାକୁ ଆସିଥିଲେ। ଗୁଳ୍ମଜାତୀୟ ଉଦ୍ଭିଦ ଓ ଛୋଟ ଛୋଟ ମାଛ, କଙ୍କଡ଼ା, ଜଳଚର କୀଟପତଙ୍ଗ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହାର ପାଲଟିଥିଲା। ନଳବଣକୁ ପକ୍ଷୀମାନେ ନିରାପଦ ବାସସ୍ଥାନ ଭାବେ ଗ୍ରହଣ କରିବା ସହ ଏଠାରେ ଚାରି ମାସ ରହିବା ମଧ୍ୟରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଛନ୍ତି। ଫେବୃୟାରୀରେ ତାପମାତ୍ରା ବଢ଼ିବା ଯୋଗୁ ଏହି ପକ୍ଷୀ ଶାବକଙ୍କ ସହ ସ୍ବଦେଶ ଫେରିବା ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି ା ପ୍ରକାଶ ଯେ, ଚଳିତ ବର୍ଷ ଚିଲିକାରେ ମୋଟ ୧୧ ଲକ୍ଷ ୩୧ ହଜାର ୯୨୯ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ସେଥିମଧ୍ୟରୁ ନଳବଣରେ ୩ ଲକ୍ଷ ୪୨ ହଜାର ପକ୍ଷୀଙ୍କ ସମାଗମ ହୋଇଥିଲା ବୋଲି ଗତ ଜାନୁୟାରୀ ୪ରେ ବିଭାଗୀୟ ଗଣନାରୁ ଜଣାପଡ଼ିଥିଲା। ବିଗତ ବଷଗୁଡ଼ିକରେ ଚିଲିକାରେ ୧୮୩ରୁ ଊର୍ଦ୍ଧ୍ୱ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ପ୍ରଜାତି ସଂଖ୍ୟା ୧୮୪ରେ ସୀମିତ ଥିଲା। ସେମାନଙ୍କ ମଧ୍ୟରୁ ୟୁରାସିୟାନ୍‌ କୁଜଅନ୍‌, ପିଣ୍ଟେଲ୍‌, ଗଡ଼ଓ୍ବିଟ୍‌, ସୋଭଲର, ଗଡ୍‌ଓ୍ବାଲ୍‌ ଆଦି ପ୍ରଜାତି ସର୍ବାଧିକ ଥିଲେ। ତେବେ ଚିଲିକାର ଆକର୍ଷଣୀୟ ଫ୍ଲେମିଙ୍ଗୋ (ଏରା) ପକ୍ଷୀ ଚଳିତ ବର୍ଷ ୨୨ଟି ଆସିଥିବା ଗଣନାରୁ ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଶୀତର ପ୍ରକୋପ ବୃଦ୍ଧି ହେତୁ ଏହି ପକ୍ଷୀ ୧୨ଶହରୁ ଊର୍ଦ୍ଧ୍ୱ ଚିଲିକାରେ ଦୃଷ୍ଟିଗୋଚର ହୋଇଥିଲା, ଯାହାକି ପର୍ଯ୍ୟଟକଙ୍କୁ ବେଶ୍‌ ବିମୋହିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?