ଖଣ୍ଡପଡ଼ା ବନାଞ୍ଚଳରେ ୪ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.): ଚଳିତବର୍ଷ ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ସହକାରୀ ସଂରକ୍ଷକ ଆର.ବି. ମହାନ୍ତିଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା। ଏହି ଗଣନାରେ ବନାଞ୍ଚଳରେ ମୋଟ ୪ହଜାର ୪୯୫ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡିଛି। ୨୦୨୦ ଜାନୁୟାରୀ ୩ରେ ହୋଇଥିବା ଗଣନା ଅନୁଯାୟୀ ଗତବର୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର ପକ୍ଷୀ ଏହି ବନାଞ୍ଚଳକୁ ଆସିଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ୫୦ ପ୍ରତିଶତ କମ୍‌ ପକ୍ଷୀ ଆସିଛନ୍ତି।
ପକ୍ଷୀଗଣନାରେ ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା, ବନପାଳ ସନ୍ଧ୍ୟାରାଣୀ ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଭାପୁର ବ୍ଲକ୍‌ ଅଧୀନ ବୋରଗାଁ ଓ ତେନ୍ତୁଳିଆପଲ୍ଲୀ ପାଟ, ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ଅକୁରାସର ଜଳାଶୟ, ଖଣ୍ଡପଡା ସହର ଉପକଣ୍ଠ ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପକ୍ଷୀଗଣନା କରାଯାଇଥିଲା। ଚଳିତବର୍ଷ ବିଭିନ୍ନ ଜଳାଶୟରେ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଖଣ୍ଡପଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଚଳିତବର୍ଷ ବୋରଗାଁ ପାଟକୁ ସର୍ବାଧିକ ୩,୫୦୦ ପକ୍ଷୀ ଆସିଥିବା ବେଳେ ତେନ୍ତୁଳିଆପଲ୍ଲୀ ପାଟକୁ ୪୨୫, ଅକୁରାସରକୁ ୨୫୦ରୁ ଊର୍ଦ୍ଧ୍ୱ ଓ ସୁନାମୁହିଁ ଜଳାଶୟକୁ ୩୨୦ରୁ ଊର୍ଦ୍ଧ୍ୱ ପକ୍ଷୀ ଆସିଥିବା ଜଣାପଡିଛି। ବିଭିନ୍ନ ସ୍ଥାନରେ ପକ୍ଷୀମାନେ କିଭଳି ସୁରକ୍ଷିତ ବିଚରଣ କରିପାରିବେ, ସେଥିପାଇଁ ବନ ବିଭାଗ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri