କରୋନା ଆଁରେ ୪୦ ଲକ୍ଷରୁ ଅଧିକ ଜୀବନ…

ଜେନେଭା,୮।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ୪୦ ଲକ୍ଷ ୧୭ ହଜାର ୮୮୫ ଜଣ ଆକ୍ରାନ୍ତଙ୍କ ଜୀବନ ଗଲାଣି। ଇତିମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ କୋଟି ୮ଲକ୍ଷ ୫୭ ହଜାର ୧୪୦ ଛୁଇଁଛି। ସେହିପରି ୧୭୦ କୋଟି ୧ ଲକ୍ଷ ୩ ହଜାର ୬୪୮ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସମ୍ପ୍ରତି ୧୧ କୋଟି ୭ ଲକ୍ଷ ୩୫ ହଜାର ୬୦୭ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୧୧ କୋଟି ୬ ଲକ୍ଷ ୫୭ ହଜାର ୯୫୧ଜଣଙ୍କଠାରେ ସାଧାରଣରୁ ମଧ୍ୟମ ଲକ୍ଷଣ ପ୍ରକାଶ ପାଇଥିବାବେଳେ ୭୭ ହଜାର ୬୫୬ ଜଣ ଗୁରୁତର ଅଛନ୍ତି। ସାଧାରଣରୁ ମଧ୍ୟମ ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୯.୩ ପ୍ରତିଶତ ରହିଛି। ସେହିପରି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ୦.୭ ପ୍ରତିଶତ ରହିଛି ବୋଲି ଜାତିସଂଘ ମହାସଚିବ ଏଣ୍ଟୋନିଓ ଗ୍ୟୁଟେରସ କହିଛନ୍ତି। ପୃଥିବୀରୁ କରୋନା ଆତଙ୍କ ଶେଷ ହୋଇନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ପାଳନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share