Categories: ଜାତୀୟ

ନିମ୍ନ ଅଦାଲତରେ ୪ କୋଟିରୁ ଅଧିକ ବିଚାରାଧୀନ ମାମଲା…

ନୂଆଦିଲ୍ଲୀ,୧୦।୧୧: ଦେଶର ବିଭିନ୍ନ ନିମ୍ନ ଅଦାଲତରେ ୪ କୋଟିରୁ ଅଧିକ ବିଚାରଧୀନ ମାମଲାର ରହିଛି। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ମାମଲାଗୁଡ଼ିକର ଫଇସଲାରେ ବାଧା ସୃଷ୍ଟି ହେଉଛି। ତେବେ ଏନେଇ ସରକାରଙ୍କ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ନ୍ୟାୟ ପାଇଁ ସାଧାରଣ ଲୋକେ ସଂଘର୍ଷ କରୁଥିବା ଏକ ନୈରାଶଜନକ ବିଷୟ। ଏଥିପାଇଁ କେହି ଦାୟୀ ନୁହନ୍ତି। କେବଳ ନିମ୍ନ ଅଦାଲତର ପରିସ୍ଥିତି ହିଁ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି।

ବହୁ ଲୋକ ନ୍ୟାୟରୁ ବଞ୍ଚିତ ହେଉଛନ୍ତି। ସାମ୍ପ୍ରତିକ ସ୍ଥିତି ଯୋଗୁ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ପାଇବା କଷ୍ଟକର ହୋଇପଡୁଛି।

ନ୍ୟାୟ ଲାଗି ଲୋକେ ନିଜର ଜମିବାଡ଼ି ବିକ୍ରି କରି ଦେଉଛନ୍ତି ମାତ୍ର ତାରିଖ ମିଳୁନି। ନ୍ୟାୟ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦୂରତାକୁ ଭଙ୍ଗ କରାଯିବା ଆବଶ୍ୟକ। ସେହିପରି ବୋଧଗମ୍ୟ ଆଇନ ବୁଝି ହେଉଥିବା ଭାଷାରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିଲେ ଦେଶର ବିକାଶର ମାର୍ଗ ପ୍ରଶସ୍ତ ହେବ ବୋଲି ସେ କହିଛନ୍ତି।

Share