୩ ଲକ୍ଷ ୯୦ ହଜାରରୁ ଅଧିକଙ୍କ ଘଟିଲାଣି ମୃତ୍ୟୁ, ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…

ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ମଙ୍ଗଳବାର ଏହା ୫୦ ହଜାରରୁ କମ୍‌ ରହିଥିଲା। ତେବେ ବୁଧବାର ପୁଣି ବଢ଼ିଛି। ସେହପରି ଦୈନିକ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ମଙ୍ଗଳବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୪୦ ଥିବାବେଳେ ୧,୧୬୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦ ହଜାର ୮୪୮ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୩୫୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୮ ହଜାର ୮୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୬ ଲକ୍ଷ ୪୩ ହଜାର ୧୯୪ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୮ କୋଟି ୮୭ ଲକ୍ଷ ୬୬ ହଜାର ୨୦୧ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୯ କୋଟି ୪୦ ଲକ୍ଷ ୭୨ ହଜାର ୧୪୨ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୦ ହଜାର ୬୬୦ ଛୁଇଁଛି। ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଏବଂ କବରସ୍ତାନରେ ଲମ୍ବା ଧାଡ଼ି ଲାଗି ରହିଛି। ଶ୍ମଶାନରେ ଜୁଇ ଲିଭୁ ନ ଥିବାବେଳେ କବରସ୍ତାନରରେ ସ୍ଥାନର ଅଭାବ ଦେଖାଦେଇଛି।

Share