ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।

କାନାଡା ଏହାର ଆପ୍ରବାସନ ନିୟମକୁ କଡ଼ାକଡ଼ି କରିଥିବା ବେଳେ ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏହା ପ୍ରତି ଆକର୍ଷଣ ହ୍ରାସ ପାଉଛି। ଗତବର୍ଷ କାନାଡା ୩,୭୭୯ଜଣ ଭାରତୀୟଙ୍କୁ ବିଦା କରିଥିଲା ବେଳେ ଗତ ଜାନୁଆରୀରୁ ଜୁନ୍‌ ମଧ୍ୟରେ ଏହାର ପାଖାପାଖି ୮୮ ପ୍ରତିଶତଙ୍କୁ ବହିଷ୍କାର କରିଛି। ଏହି ଧାରା ଜାରି ରହିଲେ ଚଳିତ ବର୍ଷ କାନାଡାରୁ ଗତ ୬ ବର୍ଷ ମଧ୍ୟରେ ସର୍ବାଧିକ ଭାରତୀୟ ବିତାଡ଼ିତ ହେବେ।