ଦୁର୍ଦ୍ଦିନରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର

ଖଇରା,୧୨।୪-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତ ଅଧୀନ ଶାରୀଶୁଆ ପାହାଡ ତଳେ ଥିବା ଗଗୁଆ ଗ୍ରାମରେ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବସବାସ କରୁଥିବା ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାରଙ୍କ ଉପରେ ପ୍ରଶାସନର ଶୁଭ ଦୃଷ୍ଟି ପଡୁନି। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଗ୍ରାମର କଳାକୃଷ୍ଣ ନାଇକ, ସରସ୍ବତୀ ପାତ୍ର, ସବିତା ମହାନ୍ତି, ବାସନ୍ତୀ ହାଁସଦା, କରୁଣା ହେମ୍ବ୍ରମ୍‌, ପରବାସୀ ପାତ୍ର, କନକ ନାଇକ, ଅନୂସୁୟା ପାତ୍ର, ନନ୍ଦିନୀ ପାତ୍ର ପ୍ରମୁଖ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି।
ଲୋକଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମକୁ ବିଦ୍ୟୁତୀକରଣ କରିବାକୁ ବହୁ ଦାବି ପରେ ସୌଭାଗ୍ୟ ଯୋଜନାରେ ଖୁଣ୍ଟ ପ୍ରଦାନ କରାଯାଇଥିଲା ା ହେଲେ ଏ ପର୍ଯ୍ୟନ୍ତ ତାର ଟଣାଯାଉ ନ ଥିବାରୁ ଗ୍ରାମବାସୀ ଠିକ୍‌ ଭାବେ ବିଦ୍ୟୁତ ଆଲୋକ ପାଇ ପାରୁନାହାନ୍ତି। ସମସ୍ତେ ନିକଟରେ ଅର୍ଥ ଆଦାୟ କରି ଅଧା କି.ମି. ଦୂରତାରେ ଥିବା ପାଖଗ୍ରାମରୁ ଗଛରେ ତାରବାନ୍ଧି ଗ୍ରାମକୁ ବିଦ୍ୟୁତ ଆଣି ସେମାନଙ୍କ ସ୍ବପ୍ନକୁ ଯେକୌଣସି ପ୍ରକାରେ ପୂରଣ କରିଛନ୍ତି। ସେହିଭଳି ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ବାସିନ୍ଦାମାନେ ଏଠାରେ ପରିବାର ସହିତ ରହୁଥିବା ବେଳେ ପଟ୍ଟା ପାଇଁ ତହସିଲରେ ଆବେଦନ କରିଆସୁଛନ୍ତି। ହେଲେ ବିଭିନ୍ନ ଆଳରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ପକ୍କା ଘର ନିର୍ମାଣ କରିବା ଇଛା ଫଳବତୀ ହୋଇପାରୁନାହିଁ। ୧୦ରୁ ଅଧିକ ପରିବାର ଲୋକଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁରୀ ମିଳିଥିଲେ ହେଁ ଜାଗା ଅଭାବରୁ ଘର ଫେରିଯାଉଛି। ଏହା ମାନସିକ ସ୍ତରରେ ଯନ୍ତ୍ରଣା ଦେଉଛି ବୋଲି ଗ୍ରାମର ସୁକାନ୍ତି ନାଇକ, ଜୟନ୍ତୀ ବିନ୍ଧାଣି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନେସ୍କୋ ସହକାରୀ ଯନ୍ତ୍ରୀ ମୀନକେତନ ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସୌାଭାଗ୍ୟ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ସଂଯୋଗୀକରଣ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ପଟ୍ଟା ସମ୍ପର୍କରେ ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ ପଟ୍ଟା ପ୍ରସ୍ତୁତି ଉପଜିଲାପାଳଙ୍କ ଦ୍ୱାରା ହେବ ଏବଂ ଅନେକ ସରକାରୀ ବିଧି ବ୍ୟବସ୍ଥା ଥିବାରୁ ସମୟ ଲାଗିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri