ଆଖି ଆଗରେ ଚାଲିଗଲା ୩୦ରୁ ଅଧିକ ମେଣ୍ଢାଙ୍କ ଜୀବନ

ପାତ୍ରପୁର,୨୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଚୁଡିଆଲାଞ୍ଜିଠାରେ ମଙ୍ଗଳବାର ଧାନ ଫସଲ ଖାଇ ପ୍ରାୟ ୩୦ରୁ ଊର୍ଦ୍ଧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। କେଶରୀପଡା ପଞ୍ଚାୟତ ଭେଜିପଦର ଗ୍ରାମର ଡି ଲାଛମାୟା, କେ କୃଷ୍ଣମୂର୍ତ୍ତି ଓ ଏମ୍‌ ସନ୍ତୋଷ ମେଣ୍ଢାକୁ ମଙ୍ଗଳବାର ଚରାଇବାକୁ ନେଇଥିବା ବେଳେ ଧାନ ଖାଇ ବିଭିନ୍ନ ସ୍ଥାନରେ ମେଣ୍ଢା ମରି ପଡ଼ିଥିଲେ l ଅଧିକାଂଶ ମେଣ୍ଢା ଚୁଡିଆଲାଞ୍ଜିଠାରେ ମୃତ୍ୟୁ ହୋଇଥିବା ବେଳେ କେଉଁ କାରଣରୁ ଏତେ ସଂଖ୍ୟକ ମେଣ୍ଢାଙ୍କ ମୃତ୍ୟୁ ହେଲା ତାହା ଜଣାପଡିନାହିଁ। ଧାନ ଖାଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ତଦନ୍ତ କରି ମେଣ୍ଢା ମାଲିକମାନଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।