ସିବିଏସ୍‌ଇର ୩୦% ନୁହେଁ, ଅଧିକ ପାଠ୍ୟକ୍ରମ ହ୍ରାସ ହୋଇପାରେ

ଭୁବନେଶ୍ୱର,୯।୭(ବ୍ୟୁରୋ): ସିବିଏସ୍‌ଇ ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦% ହ୍ରାସ ପ୍ରସଙ୍ଗରେ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ସିବିଏସ୍‌ଇ ନିଷ୍ପତ୍ତି ଉପରେ ବିଚାର କରାଯିବ। ଅଗଷ୍ଟରେ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ହେବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢ଼ାଯିବ ନିଷ୍ପତ୍ତି ନିଆଯିବ। ଖାଲି ୩୦% ନୁହେଁ ତାଠାରୁ ଅଧିକ ପାଠ୍ୟକ୍ରମ ବି ହ୍ରାସ ହୋଇପାରେ। ସ୍କୁଲ ଖୋଲିନାହିଁ ତେଣୁ ଏ ବାବଦରେ କହିବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି।