ମେଡିକାଲ, ଇଞ୍ଜିନିୟରିଂରେ ନାମ ଲେଖାଇବା ନାଁରେ ୩ କୋଟିରୁ ଊର୍ଦ୍ଧ୍ୱ ଠକେଇ

ବାଲେଶ୍ୱର ଅଫିସ,୧୭ା୪: ମେଡିକାଲ, ଇଞ୍ଜିନିୟରିଂ ସିଟ୍‌ରେ ସହଜରେ ନାମ ଲେଖାଇଦେବାର ସ୍ବପ୍ନ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରି ଧରାପଡିଛନ୍ତି ୨ଜଣ ଆନ୍ତଃ ରାଜ୍ୟ ଦଲାଲ। ଏମାନେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା। ଏ ସମ୍ପର୍କରେ ଠକେଇର ଶିକାର ହୋଇଥିବା ଜଣେ ଛାତ୍ରୀଙ୍କ ଅଭିଭାବକ ବାଲେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସ୍‌ପି ସାଗରିକା ନାଥ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। ୭ରୁ ୮ବର୍ଷ ଧରି ଏହି ରାକେଟ ଚଳାଇଥିବା ଯାଜପୁର ଅଞ୍ଚଳର ସୁନୀଲ କୁମାର ସାମନ୍ତରାୟ ଓ ସୁମିତ କୁମାର ବିଶ୍ୱାଳଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସୂଚନା ଦେଇଛନ୍ତି।
ବାଲେଶ୍ୱର ଖନ୍ତାପଡ଼ା ଅଞ୍ଚଳର ଶିକ୍ଷକ ଗୋକୁଳଚନ୍ଦ୍ର ନାୟକଙ୍କ ଝିଅ ଯୁକ୍ତ ୨ ଶିକ୍ଷା ପରେ ଏମ୍‌ବିବିଏସ୍‌ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ଭୁବନେଶ୍ୱର ଜୟଦେବବିହାରସ୍ଥିତ ‘ସାଇ ଏକାଡେମୀ’ରେ କୋଚିଂ ନେଉଥିଲେ। ମାତ୍ର ନିଟ୍‌ ପରୀକ୍ଷାରେ ୭୦୦ରୁ ୧୩୭ ମାର୍କ ରଖିଥିଲେ, ଯାହା ଏମ୍‌ବିବିଏସ୍‌ରେ ଆଡମିଶନ୍‌ ପାଇଁ ସମ୍ଭବପୁର ନୁହେଁ। ମାତ୍ର ତାଙ୍କୁ ଗଞ୍ଜାମ ଏମ୍‌କେସିଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ରେ ସିଟ୍‌ କରାଇଦେବାକୁ କହି ଉକ୍ତ ଏକାଡେମୀର ମାଲିକ କହି ୫୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ପରେ ଉଭୟପକ୍ଷଙ୍କ ବୁଝାମଣାରେ ୨୮ଲକ୍ଷ ଟଙ୍କାରେ ରାଜି ହୋଇ ଅନଲାଇନ୍‌ ଓ ନଗଦ ଭାବେ ଅଭିଭାବକ ପର୍ଯ୍ୟାୟକ୍ରମେ ୨୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଅଭିଯୁକ୍ତମାନେ ମେଡିକାଲ କଲେଜର ଡାକ୍ତରୀ ଆପ୍ରୋନ ଓ ଷ୍ଟେଥୋ ଯୋଗାଇ ଦେଇଥିଲେ। ଏହି ଡ୍ରେସ୍‌ କୋଡ୍‌ ସହିତ ଛାତ୍ରୀ ଜଣକ ୨ଦିନ କଲେଜ ଯିବା ପରେ ତାହା ମିଥ୍ୟା ବୋଲି ଜାଣିପାରିଥିଲେ। ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରୀଙ୍କ ବାପା ଗୋକୁଳଚନ୍ଦ୍ର ବାଲେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ସାଇବର ଥାନାରେ ଏନେଇ ମାମଲା (ନଂ.୧୨/୨୩) ରୁଜୁ କରାଯାଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇ ଉକ୍ତ ୨ଜଣଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା। ଯେଉଁମାନେ କି ବେସରକାରୀ ଇଞ୍ଜିନିୟରିଂ, ମେଡିକାଲ, କୃଷି ଓ ବୈଷୟିକ ମହାବିଦ୍ୟାଳୟରେ ଆଡମିଶନ କରାଇ ଦେବାକୁ କହି ବହୁ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କଠାରୁ ଟଙ୍କା ଲୁଟିଥିଲେ। ସେମାନେ ୨୦୧୫ ମସିହାରୁ ଏହି ରାକେଟ୍‌ରେ ଜଡ଼ିତ ରହି ଆଡମିଶନ ନାମରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଲୋକଙ୍କୁ ଠକିବା ସହ ପ୍ରାୟ ୩କୋଟିରୁ ଅଧିକ ଟଙ୍କା ଠକିଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୧୨ଜଣ ଅଭିଭାବକଙ୍କଠାରୁ ଠକେଇ କରିଥିବା ପ୍ରମାଣ ମିଳିଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଛି। ସେହିପରି ସେମାନଙ୍କ ନାମରେ ପୂର୍ବରୁ ଇନ୍‌ଫୋସିଟି ଥାନାରେ ମାମଲା (ନଂ. ୯୪/୨୦୧୮), ମଞ୍ଚେଶ୍ୱର ଥାନାରେ ମାମଲା (ନଂ. ୧୮/୨୦୧୮), ଭଦ୍ରକ ଟାଉନ୍‌ ଥାନା ମାମଲା (ନଂ. ୩୧୦/୨୦୨୧), ଲିଙ୍ଗରାଜ ଥାନାରେ ମାମଲା (ନଂ. ୧୨୬/୨୦୧୯, ୨୦୬/୨୦୨୦, ୨୦୭/୨୦୨୦, ୨୦୮/୨୦୨୦, ୨୧୯/୨୦୨୧, ୨୬୭/୨୦୨୧), ଲକ୍ଷ୍ମୀସାଗର ଥାନାରେ ମାମଲା (ନଂ. ୬୮/୨୦୨୦), ଯାଜପୁର ଟାଉନ୍‌ ଥାନାରେ ମାମଲା (ନଂ. ୧୭୫/୨୦୨୧), ଗୁମୁଳା, ଝାଡ଼ଖଣ୍ଡ ଭର୍ଣ୍ଣୋ ଥାନାରେ ମାମଲା (ନଂ. ୬୧/୨୦୧୮) ରହିଛି। ସେମାନଙ୍କ ନିକଟରୁ ଗୋଟିଏ କାର୍‌, ୩ଟି ନାମୀଦାମୀ ମୋବାଇଲ୍‌ ଓ ବିଭିନ୍ନ ବ୍ୟାଙ୍କର ୫ଟି ଏଟିଏମ୍‌ କାର୍ଡ ଜବତ କରାଯାଇଛି। ଏଥିସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସାଇବର ଥାନା ଅଧିକାରିଣୀ ମୀନା ବିନ୍ଧାଣୀ ଓ ସଦର ଏସ୍‌ଡିପିଓ ଶଶାଙ୍କ ଶେଖର ଦେହୁରା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri