ଡାକଘରେ ୨୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗ

ରାୟଗଡ଼ା,୧୧ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଢ଼ାମୁଣିସ୍ଥିତ ଡାକଘରେ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱର ଠକେଇ ହୋଇଥିବା ଜିଲାପାଳଙ୍କ ନିକଟରେ ଜମା ଖାତାଧାରୀମାନେ ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଧାନ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ଏହାର ନିରପେକ୍ଷ ତଦନ୍ତ କରାଯିବ ବୋଲି ଡାକ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନା ଅନୁଯାୟୀ, କୁମ୍ଭାରଢ଼ାମୁଣୀ ପଞ୍ଚାୟତରେ ଥିବା ଡାକଘରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ଲୋକଙ୍କ ଖାତା ଖୋଲିବା ଆଳରେ ନକଲି ଆକାଉଣ୍ଟ ନମ୍ବର ପକାଇ ପାସବୁକ ଦେଉଥିଲେ। ଅଞ୍ଚଳର ନିରୀହ ଜନସାଧାରଣ ଏହା ନ ଜାଣିପାରି ବିଭିନ୍ନ ପ୍ରକାରର ଆକାଉଣ୍ଟ ଖୋଲି ଟଙ୍କା ରଖୁଥିଲେ ମଧ୍ୟ ତାହା ଆକାଉଣ୍ଟରେ ଜମା ହେଉନାହିଁ । ଏହାର କାରଣ ହେଉଛି ପାସବୁକ୍‌ରେ ଲେଖାଥିବା ଆକାଉଣ୍ଟ ନମ୍ବର ନକଲି । ଏହି ଆଳରେ ଲୋକଙ୍କ ୨୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ପୋଷ୍ଟମାଷ୍ଟର। ଏଭଳିକି ଜୁନ ମାସରେ ୩୦ ଦିନ ରହିଥିବା ବେଳେ ୩୧.୬.୨୦୧୩ ତାରିଖ ପକାଇ ଏକ ଏନଏସସି ଆକାଉଣ୍ଟ ମଧ୍ୟ ଖୋଲାଯାଇଛି । ଏନଏସସି ଯୋଜନା ଅଧୀନରେ ୧୦ବର୍ଷ ୩ମାସ ଅବଧି ବିଶିଷ୍ଟ ଏକ ଫିକ୍ସଡ଼ ଡିପୋଜିଟ ତୁଳସୀ ପିଡ଼ିକାକା ନାମକ ଜଣେ ମହିଳାଙ୍କ ନାମରେ ହୋଇଛି । ତୁଳସୀ ଏଥିରେ ୨୦ ହଜାର ଟଙ୍କା ଜମା କରିଛନ୍ତି । ଉକ୍ତ ଡିପୋଜିଟର ମାଚ୍ୟୁରିଟି ୩୦ ସେପ୍ଟେମ୍ବର ୨୦୨୩ରେ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ସେ ୪୦ହଜାର ୬୯୦ଟଙ୍କା ପାଇବେ ବୋଲି ଜମାଖାତାରେ ଲେଖା ହୋଇଛି। ତେବେ ତୁଳସୀଙ୍କ ସ୍ବାମୀ ପୋଷ୍ଟ ଅଫିସରେ ଯାଇ ବୁଝିବା ବେଳେ ସେଭଳି କୌଣସି ଆକାଉଣ୍ଟ ଖୋଲାଯାଇ ନ ଥିବା ଜଣାପଡ଼ିଛି । ସେହିଭଳି ସୁକନ୍ୟା ଯୋଜନାରେ ନକଲି ଆକାଉଣ୍ଟ ଖୋଲିବା ସହ କିଛି ଆକାଉଣ୍ଟରେ ଟଙ୍କା ପୈଠ ନ କରି ପୋଷ୍ଟ ମାଷ୍ଟର ଉକ୍ତ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି। କୁମ୍ଭାରଢ଼ାମୁଣିର ସୁରେଶ ସାହୁ ନିଜ ଝିଅ ନାମରେ ସୁକନ୍ୟା ଯୋଜନାରେ ଆକାଉଣ୍ଟ ଖୋଲିଥିଲେ । ଏଥିରେ ସେ ୧ଲକ୍ଷ ୩୦ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ପୋଷ୍ଟମାଷ୍ଟର ଉକ୍ତ ଆକାଉଣ୍ଟରେ ଟଙ୍କା ଜମା କରି ନ ଥିଲେ । ସୁରେଶ ଏହା ଜାଣିବା ପରେ ପାଟି କରିବାରୁ ତାଙ୍କୁ ଟଙ୍କା ଫେରସ୍ତ କରିଥିଲେ । ସେହିପରି ଦାମୋଦର ଲାବଲାଙ୍କ ମୃତ୍ୟୁ ବେଳକୁ ତାଙ୍କ ଆକାଉଣ୍ଟରେ ୨୦ହଜାର ଟଙ୍କା ଥିଲା । ତାଙ୍କ ପରିବାରବର୍ଗ ଲିଗାଲ ହେୟାର ସାର୍ଟିଫିକେଟ ନେଇ ଟଙ୍କା ଉଠାଇବାକୁ ଯିବା ବେଳେ ସେଥିରେ ମାତ୍ର ୧୪୦ଟଙ୍କା ରହିଥିବା ପୋଷ୍ଟମାଷ୍ଟର କହିଥିଲେ। ଏହା ଲୋକଲୋଚନକୁ ଆସିବା ପୂର୍ବରୁ ଡରରେ ପୋଷ୍ଟମାଷ୍ଟର ସମସ୍ତ ଟଙ୍କା ଫେରସ୍ତ କରିଥିଲେ । ପୋଷ୍ଟମାଷ୍ଟରଙ୍କ ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଥିବା ବେଳେ ସତ ଧରାପଡ଼ିଲେ ଚାକିରି ଚାଲିଯିବା ଭୟରେ ସେ ଲୋକଙ୍କୁ ଟଙ୍କା ଫେରସ୍ତ କରୁଛନ୍ତିି ବୋଲି ଅଭିଯୋଗକାରୀ ରାମଚନ୍ଦ୍ର ପିଡ଼ିକାକା କହିଛନ୍ତି । ଏ ନେଇ ଡାକ ବିଭାଗର ରାୟଗଡ଼ା ଜୋନାଲ ଅଧୀକ୍ଷକ ଜବାହାରଲାଲ ରାଓଙ୍କୁ ପଚାରିବାରୁ ଏହାର ନିରପେକ୍ଷ ତଦନ୍ତ କରାଯିବା ସହ କୁମ୍ଭାରଢ଼ାମୁଣି ପୋଷ୍ଟ ଅଫିସରେ ଥିବା ପ୍ରତ୍ୟେକ ଆକାଉଣ୍ଟକୁ ନିଜେ ଯାଞ୍ଚ କରିବେ ବୋଲି କହିଛନ୍ତି। ଯଦି କୌଣସି ହେରଫେର ଘଟଣା ସାମ୍ନାକୁ ଆସେ, ତାହେଲେ ଦୃଢ଼ କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri