ଡାକଘରେ ୨୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗ

ରାୟଗଡ଼ା,୧୧ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଢ଼ାମୁଣିସ୍ଥିତ ଡାକଘରେ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱର ଠକେଇ ହୋଇଥିବା ଜିଲାପାଳଙ୍କ ନିକଟରେ ଜମା ଖାତାଧାରୀମାନେ ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଧାନ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ଏହାର ନିରପେକ୍ଷ ତଦନ୍ତ କରାଯିବ ବୋଲି ଡାକ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନା ଅନୁଯାୟୀ, କୁମ୍ଭାରଢ଼ାମୁଣୀ ପଞ୍ଚାୟତରେ ଥିବା ଡାକଘରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ଲୋକଙ୍କ ଖାତା ଖୋଲିବା ଆଳରେ ନକଲି ଆକାଉଣ୍ଟ ନମ୍ବର ପକାଇ ପାସବୁକ ଦେଉଥିଲେ। ଅଞ୍ଚଳର ନିରୀହ ଜନସାଧାରଣ ଏହା ନ ଜାଣିପାରି ବିଭିନ୍ନ ପ୍ରକାରର ଆକାଉଣ୍ଟ ଖୋଲି ଟଙ୍କା ରଖୁଥିଲେ ମଧ୍ୟ ତାହା ଆକାଉଣ୍ଟରେ ଜମା ହେଉନାହିଁ । ଏହାର କାରଣ ହେଉଛି ପାସବୁକ୍‌ରେ ଲେଖାଥିବା ଆକାଉଣ୍ଟ ନମ୍ବର ନକଲି । ଏହି ଆଳରେ ଲୋକଙ୍କ ୨୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ପୋଷ୍ଟମାଷ୍ଟର। ଏଭଳିକି ଜୁନ ମାସରେ ୩୦ ଦିନ ରହିଥିବା ବେଳେ ୩୧.୬.୨୦୧୩ ତାରିଖ ପକାଇ ଏକ ଏନଏସସି ଆକାଉଣ୍ଟ ମଧ୍ୟ ଖୋଲାଯାଇଛି । ଏନଏସସି ଯୋଜନା ଅଧୀନରେ ୧୦ବର୍ଷ ୩ମାସ ଅବଧି ବିଶିଷ୍ଟ ଏକ ଫିକ୍ସଡ଼ ଡିପୋଜିଟ ତୁଳସୀ ପିଡ଼ିକାକା ନାମକ ଜଣେ ମହିଳାଙ୍କ ନାମରେ ହୋଇଛି । ତୁଳସୀ ଏଥିରେ ୨୦ ହଜାର ଟଙ୍କା ଜମା କରିଛନ୍ତି । ଉକ୍ତ ଡିପୋଜିଟର ମାଚ୍ୟୁରିଟି ୩୦ ସେପ୍ଟେମ୍ବର ୨୦୨୩ରେ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ସେ ୪୦ହଜାର ୬୯୦ଟଙ୍କା ପାଇବେ ବୋଲି ଜମାଖାତାରେ ଲେଖା ହୋଇଛି। ତେବେ ତୁଳସୀଙ୍କ ସ୍ବାମୀ ପୋଷ୍ଟ ଅଫିସରେ ଯାଇ ବୁଝିବା ବେଳେ ସେଭଳି କୌଣସି ଆକାଉଣ୍ଟ ଖୋଲାଯାଇ ନ ଥିବା ଜଣାପଡ଼ିଛି । ସେହିଭଳି ସୁକନ୍ୟା ଯୋଜନାରେ ନକଲି ଆକାଉଣ୍ଟ ଖୋଲିବା ସହ କିଛି ଆକାଉଣ୍ଟରେ ଟଙ୍କା ପୈଠ ନ କରି ପୋଷ୍ଟ ମାଷ୍ଟର ଉକ୍ତ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି। କୁମ୍ଭାରଢ଼ାମୁଣିର ସୁରେଶ ସାହୁ ନିଜ ଝିଅ ନାମରେ ସୁକନ୍ୟା ଯୋଜନାରେ ଆକାଉଣ୍ଟ ଖୋଲିଥିଲେ । ଏଥିରେ ସେ ୧ଲକ୍ଷ ୩୦ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ପୋଷ୍ଟମାଷ୍ଟର ଉକ୍ତ ଆକାଉଣ୍ଟରେ ଟଙ୍କା ଜମା କରି ନ ଥିଲେ । ସୁରେଶ ଏହା ଜାଣିବା ପରେ ପାଟି କରିବାରୁ ତାଙ୍କୁ ଟଙ୍କା ଫେରସ୍ତ କରିଥିଲେ । ସେହିପରି ଦାମୋଦର ଲାବଲାଙ୍କ ମୃତ୍ୟୁ ବେଳକୁ ତାଙ୍କ ଆକାଉଣ୍ଟରେ ୨୦ହଜାର ଟଙ୍କା ଥିଲା । ତାଙ୍କ ପରିବାରବର୍ଗ ଲିଗାଲ ହେୟାର ସାର୍ଟିଫିକେଟ ନେଇ ଟଙ୍କା ଉଠାଇବାକୁ ଯିବା ବେଳେ ସେଥିରେ ମାତ୍ର ୧୪୦ଟଙ୍କା ରହିଥିବା ପୋଷ୍ଟମାଷ୍ଟର କହିଥିଲେ। ଏହା ଲୋକଲୋଚନକୁ ଆସିବା ପୂର୍ବରୁ ଡରରେ ପୋଷ୍ଟମାଷ୍ଟର ସମସ୍ତ ଟଙ୍କା ଫେରସ୍ତ କରିଥିଲେ । ପୋଷ୍ଟମାଷ୍ଟରଙ୍କ ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଥିବା ବେଳେ ସତ ଧରାପଡ଼ିଲେ ଚାକିରି ଚାଲିଯିବା ଭୟରେ ସେ ଲୋକଙ୍କୁ ଟଙ୍କା ଫେରସ୍ତ କରୁଛନ୍ତିି ବୋଲି ଅଭିଯୋଗକାରୀ ରାମଚନ୍ଦ୍ର ପିଡ଼ିକାକା କହିଛନ୍ତି । ଏ ନେଇ ଡାକ ବିଭାଗର ରାୟଗଡ଼ା ଜୋନାଲ ଅଧୀକ୍ଷକ ଜବାହାରଲାଲ ରାଓଙ୍କୁ ପଚାରିବାରୁ ଏହାର ନିରପେକ୍ଷ ତଦନ୍ତ କରାଯିବା ସହ କୁମ୍ଭାରଢ଼ାମୁଣି ପୋଷ୍ଟ ଅଫିସରେ ଥିବା ପ୍ରତ୍ୟେକ ଆକାଉଣ୍ଟକୁ ନିଜେ ଯାଞ୍ଚ କରିବେ ବୋଲି କହିଛନ୍ତି। ଯଦି କୌଣସି ହେରଫେର ଘଟଣା ସାମ୍ନାକୁ ଆସେ, ତାହେଲେ ଦୃଢ଼ କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri